ଗୌତମ ଆଦାନୀ ସମୟ ପୂର୍ବରୁ ଫେରାଇଲେ ୮,୩୦୦ କୋଟି । ଜାରି କରାଗଲା ବିସ୍ତୃତ ତଥ୍ୟ।

ଶବ୍ଦ ଓଡିଶା ବ୍ୟୁରୋ: ଆଦାନୀ ଗ୍ରୁପର ସେୟାର ହ୍ରାସ ମଧ୍ୟରେ ପ୍ରମୋଟରଙ୍କ ବନ୍ଧକ ଥିବା ଅଂଶଧନ ବିରୋଧରେ ନିଆଯାଇଥିବା ୧.୧୧ ବିଲିୟନ ଡଲାରର ଋଣ ପରିଶୋଧ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୨୪ ସେପ୍ଟେମ୍ବରରେ ଏହାର ସମୟ ସୀମା ଶେଷ ହେଉଥିଲା । ଗ୍ରୁପ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି, କିଛି ଋଣ ପ୍ରଦାନ ପାଇଁ ଆଦାନୀ ପୋର୍ଟ, ଏସଇଜେଡ୍, ଆଦାନୀ ଟ୍ରାନସମିଶନ ଏବଂ ଆଦାନୀ ଗ୍ରୀନ ଏନର୍ଜିର ସେୟାରକୁ ବନ୍ଧକ ରଖିଥିଲେ । ଯାହାର ପରିଶୋଧ ସମୟ ପୂର୍ବରୁ କରିଦିଆଯାଇଛି ।
ଆଦାନୀ ପୋର୍ଟରେ ୧୬୮.୨୭ ମିଲିୟନ ସେୟାର ରହିଛି ଏଥିରେ ପ୍ରମୋଟରଙ୍କ ୧୨ ପ୍ରତିଶତ ଅଂଶଧନ ରହିଛି ଯାହା ପ୍ରଦାନ କରାଯିବ । ଆଦାନୀ ଗ୍ରୀନ ଏନର୍ଜିରେ ୨୭.୫୬ ମିଲିୟନ ସେୟାର ରହିଛି ଏଥିରେ ପ୍ରମୋଟରଙ୍କ ୩ ପ୍ରତିଶତ ଅଂଶଧନ ରହିଛି ଯାହା ପ୍ରଦାନ କରାଯିବ । ଆଦାନୀ ଟ୍ରାନସମିସନରେ ୧୧.୭୭ ମିଲିୟନ ସେୟାର ରହିଛି ଯେଉଁଥିରେ ୧.୪ ପ୍ରତିଶତର ଅଂଶଧନ ପ୍ରଦାନ କରାଯିବ । କମ୍ପାନୀ କହିଛି ଏଥିପାଇଁ ସମୟ ପୂର୍ବକୁ ଋଣକୁ ଏଥିପାଇଁ ପ୍ରଦାନ କରାଗଲା କାରଣ ନିବେଶକଙ୍କ ବିଶ୍ୱାସ ଗ୍ରୁପ ଉପରେ ରହୁ । ବାଲାନ୍ସ ସିଟ୍, ଲୋନ ପେମେଣ୍ଟ କରିବାର କ୍ଷମତାକୁ ମଜବୁତ କରାଯିବ ।

You May Also Like

More From Author

+ There are no comments

Add yours