ଏସିଆ ମହାଦେଶର ସର୍ବବୃହତ…ହେଲିକପ୍ଟର ପ୍ରସ୍ତୁତ ପାଇଁ ବଡ କାରଖାନା

ଶବ୍ଦ ଓଡିଶା ବ୍ୟୁରୋ: କର୍ଣ୍ଣାଟକରେ ଉଦଘାଟିତ ହୋଇଛି ହାଲର ହେଲିକପ୍ଟର ଫ୍ୟାକ୍ଟ୍ରି । ଏହି ହେଲିକପ୍ଟର କାରଖାନା ଏସିଆ ମହାଦେଶର ସବୁଠାରୁ ବଡ ହେଲିକପ୍ଟର କାରଖାନା । ପ୍ରତିରକ୍ଷା ବିଭାଗର ସୂଚନା ଅନୁସାରେ ଏହାର ନାମ ରଖାଯାଇଛି ଗ୍ରୀନଫିଲ୍ଡ ହେଲିକପ୍ଟର କାରଖାନା । ଆଗାମୀ ୨୦ ବର୍ଷରେ ଏଠାରେ ୧ ହଜାରରୁ ଅଧିକ ହେଲିକପ୍ଟର ନିର୍ମାଣର ଲକ୍ଷ୍ୟ ରଖାଯାଇଛି । ଏହି କାରଖାନା ପାଖାପାଖି ୬୧୫ ଏକର ଅଞ୍ଚଳରେ ପରିବ୍ୟାପ୍ତ ହୋଇଛି । ପ୍ରତ୍ୟେକ ବର୍ଷ ୩୦ହେଲିକପ୍ଟର ପ୍ରସ୍ତୁତ କରିବାକୁ ଯୋଜନା କରାଯାଇଛି । ଆସନ୍ତୁ ଜାଣିନେବା ସରକାର ଏହାକୁ ନେଇ କଣ ଯୋଜନା ରଖିଛନ୍ତି ।

ଏସିଆ ମହାଦେଶର ଏହି ସର୍ବବୃହତ ହେଲିକପ୍ଟର କାରଖାନା ସାହାଯ୍ୟରେ ଦେଶର ହେଲିକପ୍ଟର ନିର୍ମାଣର କ୍ଷମତା ବଢିବ । ପ୍ରଥମେ ଏଠାରେ ଲାଇଟ ୟୁଟିଲିଟି ହେଲିକପ୍ଟର ନିର୍ମାଣ କରାଯିବ । ଏହା ସ୍ୱଦେଶୀ ଡିଜାଇନରେ ପ୍ରସ୍ତୁତ ତଥା ତିନି ଟନ କ୍ୟାଟେଗୋରୀର ସିଙ୍ଗଲ ଇଞ୍ଜିନ ହେଲିକପ୍ଟର । ପ୍ରଥମ ବର୍ଷରେ ଏଭଳି ୩୦ ହେଲିକପ୍ଟର ନିର୍ମାଣ କରାଯିବ ।

ପ୍ରଥମେ ଏହି କାରଖାନାରେ ୩୦ ହେଲିକପ୍ଟର ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି । ପରେ ଏଠାରେ ୬୦ରୁ ୯୦ ହେଲିକପ୍ଟର ପ୍ରସ୍ତୁତି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । କାରଖାନାରେ ଲାଇଟ ୟୁଟିଲିଟି ହେଲିକପ୍ଟର ଛଡା କିଛି ସମୟ ପରେ ଲାଇଟ କମ୍ବାକ୍ଟ ଏବଂ ଇଣ୍ଡିଆନ ମଲ୍ଟିରୋଲ ହେଲିକପ୍ଟର ପ୍ରସ୍ତୁତ କରାଯିବ ।

ଏହି ଫ୍ୟାକ୍ଟ୍ରି ଜରିଆରେ ପ୍ରତିରକ୍ଷା କ୍ଷେତ୍ରରେ ମେଡ-ଇନ-ଇଣ୍ଡିଆ ଅଭିଯାନକୁ ସଫଳତା ମିଳିବ । ଏହା ଛଡା ହେଲିକପ୍ଟର ସହ ଜଡିତ ମରାମତିର କାମ ମଧ୍ୟ ହୋଇପାରିବ । ଏଠାରେ ପ୍ରସ୍ତୁତ ହେଉଥିବା ସିଭିଲ ଲାଇଟ ୟୁଟିଲିଟି ହେଲିକପ୍ଟରକୁ ବାହାରକୁ ରପ୍ତାନି କରାଯାଇପାରିବ ।

ପିଏମଓ ପକ୍ଷରୁ ଜାରିହୋଇଥିବା ବୟାନରେ କୁହାଯାଇଛି, ଆଗାମୀ ୨୦ ବର୍ଷ ମଧ୍ୟରେ ୧ ହଜାର ହେଲିକପ୍ଟରକୁ ପ୍ରସ୍ତୁତ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ଏଠାରେ ପାଖାପାଖି ୬ ହଜାର ଯୁବକ ଯୁବତୀଙ୍କୁ ରୋଜଗାର ମିଳିବ । ଦେଶ ଉତ୍ପାଦନ କ୍ଷେତ୍ରରେ ଆଗକୁ ବଢୁଛି ତେଣୁ ଏହି କ୍ଷେତ୍ରରେ ଦେଶର ଯୁବକଙ୍କୁ ଆଗକୁ ସୁଯୋଗ ମିଳିବ ।

You May Also Like

More From Author

+ There are no comments

Add yours