Thu. Oct 15th, 2026

ରାୟଗଡା: ରାୟଗଡରେ ଦୀର୍ଘ ୪ଦିନ ବ୍ୟାପୀ ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଉଦଯାପିତ ହୋଇଯାଇଛି l ଗୋବିନ୍ଦ ଚନ୍ଦ୍ର ଉଚ୍ଚବିଦ୍ୟାଳୟ ପଡିଆରେ ଆୟୋଜିତ କୃଷି ଯନ୍ତ୍ରପାତି ମେଳାର ଅନ୍ତିମ ଦିନରେ ମୁଖ୍ୟ ଅତିଥି ଭାବରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ମିଶନ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା
ଯୋଗଦାନ କରିଥିଲେ l ନିଜର ବକ୍ତବ୍ୟରେ ଚାଷୀମାନଙ୍କୁ କହିଥିଲେ ଚାଷୀମାନଙ୍କୁ ଆୟକୁ ଦ୍ବିଗୁଣିତ କରିବା ନିମନ୍ତେ ଵୈଷୟିକ ଜ୍ଞାନକୌଶଳ ଓ ଜୈବିକ ସାର ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ଚାଷୀମାନଙ୍କୁ ପ୍ରବର୍ତ୍ତାଇଥିଲେ l

ପାଗର ଚର୍ମ ପରିବର୍ତ୍ତନ ଓ ଅଦିନିଆ ବର୍ଷା ଯୋଗୁ ଚାଷ କାର୍ଯ୍ୟ ଠିକ ଭାବରେ ହୋଇପାରୁନାହିଁ l ବର୍ଷା ଜଳକୁ ସଂରକ୍ଷଣ ନିମନ୍ତେ କ୍ଷେତ, ପୋଖରୀ ଓ ମିଶ୍ରିତ ଚାଷ ଉପରେ ଧ୍ୟାନ ଦେବାକୁ ଚାଷୀମାନଙ୍କୁ ଅନୁରୋଧ କରିଥିଲେ l ସ୍ୱଳ୍ପ ମିଆଦୀ ଚାଷ ବିଶେଷ କରି ପନିପରିବା, ଫଳ ଚାଷ, କୁକୁଡ଼ା, ଛେଳି,ମାଛ ଓ ଅନ୍ୟାନ୍ୟ ଅର୍ଥକାରୀ ଚାଷ ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ l
ଜିଲ୍ଲାପାଳ ରାୟଗଡା ସ୍ୱଧାଦେଵ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମlନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନଦ ବେହେରା,ଗୁଡରି ପଞ୍ଚାୟତ ସମିତି ଅଧ୍ୟକ୍ଷl ଲକ୍ଷ୍ମୀ ଶବର, କଲନାରା ପଞ୍ଚାୟତ ସମିତି ଅଧ୍ୟକ୍ଷl ସଂଯୁକ୍ତା କୁଲେସିକା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ରାମଚନ୍ଦ୍ର ଦାଶ, ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ପତିତପାବନ ସାମନ୍ତରାୟ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଚୁଲୁକାନ୍ତି ତାଜନ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଯୋଗଦାନ କରିଥିଲେ l

ସମସ୍ତେ ଚାଷୀମାନଙ୍କୁ କୃଷି ମେଳାର ଆବଶ୍ୟକତା ଓ ଆଧୁନିକ ପ୍ରଣାଳୀରେ ଚାଷ କଲେ ଚାଷୀ କିପରି ଲାଭବାନ ହୋଇପାରିବ ସେ ଉପରେ ବୁଝାଇଥିଲେ l ଆଧୁନିକ ପ୍ରଣାଳୀ କୃଷିକ୍ଷେତ୍ରରେ ଉନ୍ନତମାନର ଯନ୍ତ୍ରପାତିର ବ୍ୟବହାର କରି ଚାଷୀ ଅଧିକ ଲାଭବାନ ହୋଇପାରୁଥିବା ହେତୁ ଏ କ୍ଷେତ୍ରରେ ସରକାର ସବସିଡି ମାଧ୍ୟମରେ କୃଷକଙ୍କ ଆବଶ୍ୟକ ଯନ୍ତ୍ରପାତି ଯୋଗାଇ ଦେଉଥିବାରୁ ଜିଲ୍ଲାର କୃଷକ ଭାଇମାନେ ଏହାର ସୁଯୋଗ ନେବା ପାଇଁ ସେ ପରାମର୍ଶ ଦେଇଥିଲେ। ଜଳବିଭାଜିକା ମିଶନj ପ୍ରକଳ୍ପ ନିର୍ଦ୍ଦେଶକ ଦୟାନିଧି ବାଗ ସ୍ଵାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ l

ଏହି ଅବସରରେ ୮ ଜଣକୁ ଟ୍ରାକ୍ଟର ଓ ଅନ୍ୟାନ୍ୟ ଯନ୍ତ୍ରପାତି ବୁକିଂ କରି କିଣିଥିବାରୁ ଅତିଥି ମାନଙ୍କ ଦ୍ଵାରା ସମସ୍ତଙ୍କୁ ଟ୍ରାକ୍ଟର ଚାବି ପ୍ରଦାନ କରାଯାଇଥିଲା। କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ହାସଲ କରିଥିବା ରାୟଗଡ ବ୍ଳକର ପ୍ରଭାକର ଅଜାକୁଲା, ପାତ୍ର ମାଝୀ, ବିଶ୍ୱମ୍ବର ନାୟକ କାଶୀପୁର, ରାୟଗଡ ବ୍ଳକର ମୁଗୀ କିଳାକା ଓ ପୁଷ୍ପା କିଳାକା, ଏସ.ଶର୍ବେଶ୍ୱର ରlଓ,ପଦ୍ମପୁର ବ୍ଳକ,ନିଲମ୍ବର ଶବର ଗୁଡ଼ାରି, ପ୍ରକାଶ ବେହେରା ରମାନଗୁଡ଼ାକୁ ସମ୍ମାନିତ କରିଥିଲେl

Leave a Reply

Your email address will not be published. Required fields are marked *