ବଡ଼ମ୍ବା ରେଞ୍ଜର ଓ ଦୁଇ ଏସିଏଫ୍ ଆଠଗଡ଼ ଥାନାରେ ଅଟକ

ଶବ୍ଦ ଓଡିଶା ବ୍ୟୁରୋ: ବନବିଭାଗର ହେପାଜତରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣାରେ ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସଦ୍ୟତମ ତଥ୍ୟ ଅନୁଯାୟୀ, ଆଠଗଡ଼ ବନଖଣ୍ଡର ୨ ଏସିଏଫ୍ ବି ଆଠଗଡ଼ ଥାନାରେ ଅଟକ ଅଛନ୍ତି। ଦୁହେଁ ହେଲେ ଘନଶ୍ୟାମ ମୁଦୁଲି ଓ ହରେକୃଷ୍ଣ ମଲ୍ଲିକ। ଉଭୟଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି।
ପୂର୍ବରୁ ବଡ଼ମ୍ବା ରେଞ୍ଜର ସୁବ୍ରତ ବେହେରାଙ୍କ ସମେତ ୭ଜଣଙ୍କୁ ଉଠାଇ ନେଇଛି।। ଏମାନଙ୍କୁ ଆଠଗଡ଼ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛି। କିଛି ଦିନ ତଳେ ବଡ଼ମ୍ବା ଏବଂ ହିନ୍ଦୋଳ ସଂରକ୍ଷିତ ଜଙ୍ଗଲର ସୀମାବର୍ତ୍ତୀ ଅଞ୍ଚଳରୁ ଏକ ଗଳିତ ଗୁଳିବିଦ୍ଧ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ମାମଲାରେ ବନ ବିଭାଗ ଜଣଙ୍କୁ ଉଠାଇ ଆଣି ଅଟକ ରଖିଥିଲା। କିନ୍ତୁ ରେଞ୍ଜରଙ୍କ ହେପାଜତରେ ଥିବା ଉକ୍ତ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିଲା। ମୃତକ ଖୁଣ୍ଟକଟା ସାତଗୋଛିଆ ଗାଁର ବୋଲି ଜଣାଯାଇଛି। ଏଣେ ଖବର ପାଇ ମୃତକଙ୍କ ପରିବାର ଆଠଗଡ଼ ଡାକ୍ତରଖାନାରେ ଆସି ପହଞ୍ଚିଥିବାର ସୂଚନା ରହିଛି।

You May Also Like

More From Author

+ There are no comments

Add yours