ହ୍ୱାଟସଆପର ଏହି ନୂଆ କଣ ଆପଣ ବ୍ୟବହାର କରିଛନ୍ତି କି?

ଶବ୍ଦ ଓଡିଶା ବ୍ୟୁରୋ: ହ୍ୱାଟସଆପ ବିଶ୍ୱର ସବୁଠାରୁ ଲୋକପ୍ରିୟ ମେସିଜିଂ ଆପ୍ । ଲୋକ ଏଭଳି ବି ମାନିଥାନ୍ତି ଯେ ଯାହା ପାଖରେ ସ୍ମାର୍ଟଫୋନ ଅଛି, ତାଙ୍କ ପାଖରେ ହ୍ୱାଟସଆପ ନିହାତି ରହିଥିବ । ତେବେ ଏହି ଆପରେ ବର୍ତ୍ତମାନ ଏଭଳି କିଛି ଫିଚର ରହିଛି ଯାହା ଅଧାରୁ ଅଧିକ ଲୋକଙ୍କୁ ଜଣାନାହିଁ । ତେବେ ଆସନ୍ତୁ ଜାଣିନେବା ଆମେ କେଉଁ ଫିଚର ବାବଦରେ ଆପଣଙ୍କୁ କହିବାକୁ ଯାଉଛନ୍ତି ।
ନିକଟରେ ହ୍ୱାଟସଆପ ତାର ନୂଆ ଫିଚର ସ୍ୱିଚ କ୍ୟାମେରା ମୋଡକୁ ଆକ୍ଟିଭ କରିଛି । ଏହି ଫିଚର ଦ୍ୱାରା ଭିଡିଓ କଲ ସମୟରେ ଉଭୟ ସାମ୍ନାପଟ କ୍ୟାମେରା ଏବଂ ପଛପଟ କ୍ୟାମେରା ସହଜରେ ବଦଳିପାରିବ । ଖାସ କଥା ହେଉଛି ଏହି ଫିଚର ଆଇଓଏସ ଏବଂ ଆଣ୍ଡ୍ରୋଏଡରେ ବ୍ୟବହାର କରାଯାଇପାରିବ । ହ୍ୱାଟସଆପ ସ୍ୱିଚ କ୍ୟାମେରାର ବ୍ୟବହାର ଗ୍ରାହକ ଭିଡିଓ କଲ ବେଳେ କରିପାରିବେ । କ୍ୟାମେରା ଆଇକନ ଉପରେ ଟ୍ୟାପ କରିବା ପରେ ଆପଣ ଏହାକୁ ଚଳାଇପାରିବେ । ଆପଣ ବିଜନେସ ମିଟିଂରେଥାନ୍ତୁ କିମ୍ବା ସାଙ୍ଗମାନଙ୍କ ସହ ଥାନ୍ତୁ କ୍ୟାମେରା ମୋଡ୍ ସ୍ୱିଚ ଫିଚର ଭିଡିଓ କଲକୁ ଅଧିକ ସଫଳ କରିଦେଇଛି । ଏହାକୁ ବ୍ୟବହାର କରିବା ମଧ୍ୟ ବେସ ସହଜ । କେବଳ କ୍ୟାମେରା ଆଇକନକୁ ଟ୍ୟାପ କରି ଆପଣ ଏହି ସେବାର ଲାଭ ଉଠାଇପାରିବେ ।

You May Also Like

More From Author

+ There are no comments

Add yours