ମାର୍ଚ ୧୦ରୁ ମାଟ୍ରିକ୍ ପରୀକ୍ଷା

ଶବ୍ଦ ଓଡିଶା ବ୍ୟୁରୋ: ମାର୍ଚ୍ଚ ୧୦ ତାରିଖରୁ ମାଟ୍ରିକ୍, ମଧ୍ୟମା ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖରେ ଶେଷ ହେବ। ଏଥିପାଇଁ ବୋର୍ଡ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହୋଇ ୧୦ଟାରେ ସରିବ। ‌ଭୋକେସନାଲ ଟ୍ରେଡ୍ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ୮୦ ନମ୍ବର ପରୀକ୍ଷା କରାଯିବ। ଏଥିରେ ୫୦ ନମ୍ବର ସଂକ୍ଷିପ୍ତ ଉତ୍ତରମୂଳକ(ଏମ୍‌ସିକ୍ୟୁ) ପ୍ରଶ୍ନ ରହିବ ଯାହାର ଉତ୍ତରକୁ ଓଏମ୍‌ଆର୍ ସିଟ୍‌ରେ ପୂରଣ କରାଯିବ। ଅବଶି‌ଷ୍ଟ ୩୦ନମ୍ବର ସବ୍‌ଜେକ୍ଟିଭ୍ ପ୍ରଶ୍ନ ରହିବ ଓ ଏହାର ଉତ୍ତର ପ୍ରଶ୍ନପତ୍ର ବୁକ୍‌ଲେଟ୍‌ରେ ଲେଖିବାକୁ ପଡ଼ିବ। ଗଣିତ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୧୫ ମିନିଟ୍ ସମୟ ମିଳବ ଅର୍ଥାତ ଗଣିତ ପରୀକ୍ଷା ଅବଧି ୨ଘଣ୍ଟା ୧୫ମିନିଟ୍ ରହିବ।

You May Also Like

More From Author

+ There are no comments

Add yours