ଆଜି ମାଘ ପୂର୍ଣ୍ଣିମା, ଯୋରନ୍ଦାରେ ମାଘ ମେଳା ପାଇଁ ଉତ୍ସବର ପରିବେଶ।

ଶବ୍ଦ ଓଡିଶା ବ୍ୟୁରୋ: ଆଜି ମାଘ ପୂର୍ଣ୍ଣିମା । ଢେଙ୍କାନାଳ ଯୋରନ୍ଦାରେ ମାଘ ମେଳା ପାଇଁ ଉତ୍ସବର ପରିବେଶ । ଗାଦି ମନ୍ଦିରର ଚାରିଦ୍ୱାରରେ ଝାଡଦୀପ ପ୍ରଜ୍ୱଳନ କରାଯାଇଛି । ମହିମାଗାଦିରେ ୧୫୦ ତମ ପ୍ରଭୁ ପୂର୍ଣିମା ଉତ୍ସବ ବା ଯୋରନ୍ଦାମେଳା ଆରମ୍ଭ ହୋଇଛି। ଶନିବାର ଦିନ ପବିତ୍ର ମାଘ ଚତୁର୍ଦ୍ଦଶୀ ଅବସରରେ ବ୍ରାହ୍ମ ମୁହୂର୍ତ୍ତ ସାଢ଼େ ୩ଟାରେ ଗାଦି ମନ୍ଦିର, ଶୂନ୍ୟ ମନ୍ଦିର, ଧୁନି ମନ୍ଦିର, ଅଖଣ୍ଡ ଜ୍ୟୋତିମନ୍ଦିର ଓ ଅନ୍ୟାନ୍ୟ ଉପାସନା ପୀଠରେ ନୀତି ଆରମ୍ଭ ହୋଇଥିଲା। ପଶ୍ଚିମପାର୍ଶ୍ବ ଝାଡ଼ରେ ବଳ୍କଳଧାରୀ ମହିମା ସମାଜ ସଭାପତି ଶୁକଦେବ ବାବା ଅଗ୍ନି ସଂଯୋଗ କରି ୧୫୦ ତମ ମହିମା ମେଳାର ଶୁଭାରମ୍ଭ କରିଥିଲେ। ପରେ ଦକ୍ଷିଣ ଦ୍ୱାର, ପୂର୍ବଦ୍ୱାର ଓ ଉତ୍ତର ଦ୍ବାରରେ ଝାଡ଼ରେ ଅଗ୍ନି ସଂଯୋଗ ହୋଇଥିଲା।

You May Also Like

More From Author

+ There are no comments

Add yours