ଶବ୍ଦ ଓଡିଶା ବ୍ୟୁରୋ: ରାୟଗଡା ସହର ସ୍ଥିତ ସେକ୍ରେଡ ହାର୍ଟ ସ୍କୁଲର ୫୩ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି lଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କର୍ଣ୍ଣେଲ ଭି. ଏସ. ଶ୍ରୀନିବାସ, ମହିଳା ବାଟାଲିଆନ (NCC), ସମ୍ମାନିତ ଅତିଥି ପ୍ରୋଭିନସିଆଲ ରେଭ ଫାଦର ଡାକ୍ଟର ମାଥିଭ ନାୟକ(CM), ପ୍ରଧାନ ଅଧ୍ୟାପକ ରେଭ ଫାଦର ଅନନ୍ତ ନାୟକ (CM),ଉପ ଅଧ୍ୟାପକ ରେଭ ଫାଦର ଜୋସେଫ ଖା ଖା (CM),ମଞ୍ଚାସିନ ଥିଲେ l
ବିଦ୍ୟାଳୟର ଅନେକ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର, ଛାତ୍ରୀ ସହ ଅବିଭାବକ ମାନେ ଉପସ୍ଥିତ ଥିଲେ l ପ୍ରଧାନ ଶିକ୍ଷକ ସ୍କୁଲର ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାଳୟର ନୃତ୍ୟ ଶିକ୍ଷକ ତ୍ରିଲୋଚନ ସାହୁଙ୍କ ନିର୍ଦ୍ଦେଶନାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷଣ ହୋଇଥିଲା l ଅନେକ କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା l
