ଶିମିଳିପାଳ ଅଭୟାରଣ୍ୟରୁ ବାଘ ଚମଡା ଜବତ

ଶବ୍ଦ ଓଡିଶା ବ୍ୟୁରୋ: ପୁଣି କଲରାପତିରିଆ ବାଘ ଚମଡା ଜବତ, ୮ ଗିରଫ । ଶିମିଳିପାଳ ଅଭୟାରଣ୍ୟରୁ ପୁଣି ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି । ବନ ବିଭାଗ ଏ ବାବଦରେ ଅନ୍ଧାରରେ ଥିବା ବେଳେ ମୟୂରଭଞ୍ଜ ପୁଲିସ ଏକ ଢାବାରେ ଚଢ଼ଉ କରି ବାଘ ଛାଲ ଜବତ କରିବା ସହ ୮ ଜଣଙ୍କୁ ଗିରଫ କରିଛି । ଝାରପୋଖରିଆ ଥାନା ୪୯ ନମ୍ବର ଜାତୀୟ ରାଜପଥର କତରାଠାରେ ଥିବା ଟାୱାର ଢାବାରେ ଗତକାଲି ବିଳମ୍ବିତ ରାତିରେ ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିଲା ।

ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଉକ୍ତ ଢାବାରେ ଚଢ଼ଉ କରି ବାଘ ଛାଲ ଜବତ କରିବା ସହ ୮ ଜଣଙ୍କୁ ଗିରଫ କରିଥିଲା । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ମୟୂରଭଞ୍ଜ ଜିଲ୍ଲାର ବୋଲି ଜଣାପଡିଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ବାଘଟି ଶିମିଳିପାଳରୁ ଶିକାର ହୋଇଥିବା ଓ ଏଥିରେ ବନ ବିଭାଗର କିଛି ତଳିଆ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଛି । ଏ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଏସପି ଖିଲାରୀ କହିଛନ୍ତି ।

You May Also Like

More From Author

+ There are no comments

Add yours