ବେଲଜିୟମକୁ ହରାଇ ଜର୍ମାନୀ ହେଲା ବିଶ୍ୱ ଚାମ୍ପିୟନ

ଶବ୍ଦ ଓଡିଶା ବ୍ୟୁରୋ: ରୁଷ ହକି ବିଶ୍ୱକପ ଚାମ୍ପିୟନ ହୋଇଛି ଜର୍ମାନୀ । ଏକ ରୋମାଞ୍ଚକର ମ୍ୟାଚରେ ବେଲଜିୟମକୁ ହରାଇଛି ଜର୍ମାନୀ । ପ୍ରଥମ କ୍ୱାର୍ଟରରୁ ହିଁ ଆକ୍ରମଣ ଖେଳ ଆରମ୍ଭ କରିଥିଲା ବେଲଜିୟମ । ୯ ମିନିଟରେ ବେଲଜିୟମ ପ୍ରଥମ ଓ ୧୦ ମିନିଟରେ ଦ୍ୱିତୟ ଗୋଲ ସ୍କୋର କରି ମ୍ୟାଚରେ ୨-୦ରେ ଆଗୁଆ ହୋଇଥିଲା । ପ୍ରଥମ କ୍ୱାଟରରେ ଜର୍ମାନୀ ପେନାଲଟି କର୍ଣ୍ଣର ପାଇଥିଲେ ମଧ୍ୟ ସୁଯୋଗକୁ ଗୋଲରେ ପରିଣତ କରିପାରିନଥିଲା ।
୨୯ ମିନିଟରେ ଜର୍ମାନୀ ଦଳରୁ ପ୍ରଥମ ଗୋଲ ଦେଇଥିଲେ ୱେଲ୍ଲେନ ନିକ୍ଲାସ । ତୃତୀୟ କାର୍ଟରରେ ଜର୍ମାନୀ ଆଉ ଏକ ଗୋଲ ଦେଇ ସ୍ଥିତିକୁ ବାରବାର କରିଥିଲେ । ୪୮ ମିନିଟରେ ଜର୍ମାନୀ ଅଧିନାୟକ ଆଉ ଏକ ଗୋଲ ଦେଇ ଦଳକୁ ୩-୨ରେ ଆଗୁଆ କରିନେଇଥିଲେ । ପରେ ବେଲଜିୟମ ଏକ ପେନାଲଟି କର୍ଣ୍ଣର ସହାୟତାରେ ସ୍ଥିତିକୁ ବରାବର କରିଥିଲା । ପରେ ସଡନ ଡେଥରେ ବେଲଜିୟମକୁ ହରାଇ ୫-୪ ଗୋଲରେ ବିଶ୍ୱ ଚାମ୍ପିୟନ ହୋଇଛି ଜର୍ମାନୀ ।

You May Also Like

More From Author

+ There are no comments

Add yours