ନବ ଦାସଙ୍କୁ ଗାର୍ଡ ଅଫ୍ ଅନର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଅନ୍ତିମ ସଂସ୍କାର

ଶବ୍ଦ ଓଡିଶା ବ୍ୟୁରୋ: ନବ ଦାସଙ୍କୁ ଗାର୍ଡ ଅଫ୍ ଅନର । ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଗାର୍ଡ ଅଫ୍ ଅନର ଦିଆଯାଇଛି । କିଛି ସମୟ ପରେ ନବ ଦାସଙ୍କ ପାର୍ଥିବ ଶରୀରକୁ ବିଜେଡି ଅଫିସ ନିଆଯିବ । ଶ୍ରଦ୍ଧାଞ୍ଜଳି ପରେ ଭୁବନେଶ୍ୱର ବିମାନବନ୍ଦର ନିଆଯାଇ ସେଠାରୁ ସ୍ୱତନ୍ତ୍ର ହେଲିକପଟରରେ ଝାରୁସୁଗୁଡା ନିଆଯିବ । ଏହାପରେ ନିଜ କର୍ମମାଟିରେ ତାଙ୍କର ଶେଷକୃତ୍ୟ ହେବ । ନବ ଦାସଙ୍କ ମୃତ୍ୟୁ ପରେ ୩ ଦିନିଆ ଶୋକ ପାଳନ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । କର୍ମମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଅନ୍ତିମ ସଂସ୍କାର । ଶେଷକୃତ୍ୟ ସମ୍ପନ୍ନ ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ତିନି ଜଣ ମନ୍ତ୍ରୀ ଉପସ୍ଥିତ ରହିବେ । ସେମାନେ ହେଲେ ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଟୁକୁନି ସାହୁ ।

You May Also Like

More From Author

+ There are no comments

Add yours