ନବ ଦାସଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଶବ୍ଦ ଓଡିଶା ବ୍ୟୁରୋ: ନବ ଦାସଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଲେ । ପାର୍ଥିବ ଶରୀରରେ ପୁଷ୍ପଗୁଚ୍ଛ ଦେଇ ଶେଷ ଦର୍ଶନ କଲେ । ଶେଷ ଦର୍ଶନ କରି ମୁଖ୍ୟମନ୍ତ୍ରୀ ଭାବବିହ୍ୱଳ ହୋଇପଡିଛନ୍ତି । ଏଥି ସହିତ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଇଛନ୍ତି ।

ରବିବାର ରାତି ସାଢ଼େ ୭ଟାରେ ମୃତ୍ୟୁ ଘଟିଛି । ଦୀର୍ଘ ସାଢେ ଚାରି ଘଣ୍ଟା ଧରି ଡାକ୍ତରୀ ଦଳର ସମସ୍ତ ଉଦ୍ୟମ ସତ୍ତ୍ବେ ତାଙ୍କୁ ଡାକ୍ତରମାନେ ବଞ୍ଚାଇ ପାରିନାହାନ୍ତି । ହସ୍ପିଟାଲ୍ ପକ୍ଷରୁ ତାଙ୍କ ପରଲୋକ ସମ୍ପର୍କରେ ବିଧିବଦ୍ଧ ସୂଚନା ଦିଆଯିବା ସହିତ ଏକ ବିବୃତିରେ କୁହାଯାଇଥିଲା ଯେ ଗୋଟିଏ ଗୁଳି ମନ୍ତ୍ରୀଙ୍କ ଛାତିରେ ବାଜି ବାହାରିଯାଇଛି । ଫଳରେ ହୃତ୍‌ପିଣ୍ଡ ଓ ବାମ ଫୁସ୍‌ଫୁସ୍‌ରେ ଗଭୀର କ୍ଷତ ସୃଷ୍ଟି ହୋଇ ପ୍ରଚୁର ରକ୍ତସ୍ରାବ ହୋଇଛି। ତାଙ୍କର ତୁରନ୍ତ ଅସ୍ତ୍ରୋପଚାର ପରେ ବି ଜୀବନ ରକ୍ଷା ସମ୍ଭବ ହୋଇନଥିଲା ।

You May Also Like

More From Author

+ There are no comments

Add yours