କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ଗରିବଙ୍କୁ ମିଳିବ ବ୍ୟବସାୟ କରିବାର ସୁଯୋଗ, ବିନା ଗ୍ୟାରଣ୍ଟିରେ ମିଳିବ ଋଣ ।

ଶବ୍ଦ ଓଡିଶା ବ୍ୟୁରୋ: ଦେଶର ଗରିବ କେଉଁଭଳି ନିଜର ବ୍ୟବସାୟ ଆରମ୍ଭ କରିପାରିବେ ସେଥିପାଇଁ କେନ୍ଦ୍ର ସରକାର ଚଳାଉଛନ୍ତି ଯୋଜନା । ଏହି ଯୋଜନା ମାଧ୍ୟମରେ ସରକାର ବ୍ୟବସାୟ କରିବା ପାଇଁ ବିନା ଗ୍ୟାରେଣ୍ଟିରେ ଲୋନ ପ୍ରଦାନ କରିଥାନ୍ତି । ଏହି ସ୍କିମ ବିଶେଷ କରି ଗଳିରେ ଛୋଟ ଛୋଟ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ଲୋକଙ୍କ ପାଇଁ । କେନ୍ଦ୍ର ସରକାରଙ୍କ ଏହି ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା । କୋଭିଡ୍ ସମୟରେ ଷ୍ଟ୍ରିଟ ଭେଣ୍ଡର ବିଶେଷ ଭାବେ ପ୍ରଭାବିତ ହୋଇଥିଲେ । ଏହିଭଳି ଲୋକମାନେ ପୁଣି ଥରେ ନିଜର ବ୍ୟବସାୟକୁ କେଉଁ ଭଳି ଆରମ୍ଭ କରିପାରିବେ ସେନେଇ ସରକାର ପିଏମ ସ୍ୱନିଧି ଯୋଜନାର ଶୁଭାରମ୍ଭ କରିଥିଲେ ।
ଯୋଜନାର ଲାଭ ବିଶେଷ କରି ପନିପରିବା ବିକ୍ରେତା, ଫଳ ବିକ୍ରେତା, ଫାଷ୍ଟ ଫୁଡ୍ ବିକ୍ରେତା, ଛୋଟ ଦୋକାନୀ ଉଠାଇପାରିବେ । ଏହି ଋଣ ପାଇଁ କୌଣସି ପ୍ରକାର ଗ୍ୟାରେଣ୍ଟି ଦେବାର ଆବଶ୍ୟକତା ନାହିଁ । ଆପଣ ସମସ୍ତ ଜରୁରୀ କାଗଜପତ୍ର ଦେଇ ଏହି ଯୋଜନାର ଲାଭ ଉଠାଇପାରିବେ ।
କେନ୍ଦ୍ର ସରକାର ଏହି ଯୋଜନାରେ ୫୦ ହଜାର ଟଙ୍କା ଯାଏ ଲୋନ ପ୍ରଦାନ କରୁଛନ୍ତି । ତେବେ ଏହି ପରିମାଣର ଲୋନକୁ ନେବା ପାଇଁ ନିଜର ଦକ୍ଷତାକୁ ଆପଣଙ୍କୁ ପ୍ରମାଣିତ କରିବାକୁ ପଡିବ । ପୂର୍ବରୁ ଏହି ଯୋଜନାରେ ୧୦ ହଜାର ଟଙ୍କା ଋଣ ମିଳୁଥିଲା । ଥରେ ଋଣ ସୁଝିସାରିବା ପରେ ଆପଣକୁ ଦୁଇଗୁଣ ଟଙ୍କା ଋଣ ଭାବେ ମିଳିବ । ଆବେଦନପତ୍ର ମଞ୍ଜୁର ହେବା ପରେ ଲୋନର ଟଙ୍କା ତିନିଥରରେ ଆପଣଙ୍କ ଆକାଉଣ୍ଟକୁ ଆସିବ ।
ଉଦାହରଣ ସ୍ୱରୂପ ଧରିନିଅନ୍ତୁ ଯେ ବଜାରରେ ଆପଣ ରାସ୍ତାକଡରେ ଗୋଟିଏ ପରିବା ଦୋକାନ କରିବାକୁ ଚାହୁଁଛନ୍ତି, ଏଥିପାଇଁ ଆପଣଙ୍କୁ ଏହି ଯୋଜନାରେ ୧୦ ହଜାର ଟଙ୍କାର ଋଣ ମିଳିବ । ଯଦି ଆପଣ ଏହି ଋଣ ଟଙ୍କାକୁ ଠିକ୍ ସମୟରେ ସୁଝିଦିଅନ୍ତି ତେବେ ଆପଣଙ୍କୁ ୨୦ ହଜାର ଟଙ୍କାର ଋଣ ମିଳିପାରିବ । ଏହିଭଳି ଭାବେ ଆପଣଙ୍କୁ ତୃତୀୟ ଥରରେ ୫୦ ହଜାର ଟଙ୍କାର ଋଣ ମିଳିପାରିବ । ଏହି ଯୋଜନାର ସବୁଠାରୁ ଖାସ କଥା ହେଉଛି ଲୋନ ଉପରେ ସରକାର ସବସିଡି ପ୍ରଦାନ କରିଥାନ୍ତି ।
ଷ୍ଟ୍ରିଟ ଭେଣ୍ଡରଙ୍କୁ କ୍ୟାଶବ୍ୟାକ୍ ସହିତ ଡିଜିଟାଲ ପ୍ରଦାନକୁ ପ୍ରୋତ୍ସାହନ କରିବା ପାଇଁ ସରକାର ଏହି ସ୍କିମର ବଜେଟକୁ ବୃଦ୍ଧି କରିଥିଲେ । ପିଏମ ସ୍ୱନିଧି ଯୋଜନାରେ ନିଆଯାଇଥିବା ଋଣକୁ ଏକ ବର୍ଷ ମଧ୍ୟରେ ପୈଠ କରାଯାଇପାରିବ । ପ୍ରତ୍ୟେକ ମାସରେ ଆପଣ ଋଣ ବାବଦ କିସ୍ତି ପୈଠ କରିପାରିବେ । ଏହି ଯୋଜନାରେ ଲୋନ ନେବା ପାଇଁ ଆପଣ କୌଣସି ବି ସରକାରୀ ବ୍ୟାଙ୍କରେ ଆବେଦନ କରିପାରିବେ । ଏଥିପାଇଁ ଆଧାର କାର୍ଡ ରହିବା ନିହାତି ଆବଶ୍ୟକ ।

You May Also Like

More From Author

+ There are no comments

Add yours