ମୋଗଲ ଗାର୍ଡେନ ଏବେ ‘ଅମୃତ ଉଦ୍ୟାନ’

ଶବ୍ଦ ଓଡିଶା ବ୍ୟୁରୋ: ବଦଳିଲା ମୋଗଲ ଗାର୍ଡେନର ନାମ । ରାଷ୍ଟ୍ରପତି ଭବନରେ ଥିବା ଏହି ଉଦ୍ୟାନର ନାମ ପରିବର୍ତ୍ତନ କରାଯାଇ ଅମୃତ ଉଦ୍ୟାନ ରଖାଯାଇଛି । ଅମୃତ ମହୋତ୍ସବ ଅବସରରେ ଏହାର ନାମକୁ ପରିବର୍ତ୍ତନ କରି ଏଭଳି ରଖାଯାଇଛି । ଲୋକଙ୍କ ପାଇଁ ଏହା ଶୀଘ୍ର ଖୋଲିବାକୁ ଯାଉଛି ।
ମୋଗଲ ଗାର୍ଡେନରେ ୧୨ ପ୍ରକାରର ଟ୍ୟୁଲିପ ଫୁଲ ରହିଛି । ୧୩୮ ପ୍ରକାରର ଗୋଲାପ, ୭୦ ଅଲଗା ଅଲଗା ପ୍ରଜାତିର ବିଭିନ୍ନ ଫୁଲ ରହିଛି । ଏହି ଉଦ୍ୟାନକୁ ଦେଶର ପ୍ରଥମ ରାଷ୍ଟ୍ରପତି ଡା ରାଜେନ୍ଦ୍ର ପ୍ରସାଦ ସାଧାରଣ ଲୋକଙ୍କ ପାଇଁ ଖୋଲିଥିଲେ । ଆଜି ପର‌୍ୟ୍ୟନ୍ତ ପ୍ରତ୍ୟେକ ବର୍ଷ ବସନ୍ତୠତୁରେ ଏହାକୁ ସାଧାରଣ ଲୋକଙ୍କ ପାଇଁ ଖୋଲି ଦିଆଯାଇଥିଲା ।

You May Also Like

More From Author

+ There are no comments

Add yours