Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ଗିନିଜ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଲା ବିର୍ସା ମୁଣ୍ଡା ଷ୍ଟାଡିୟମ । ରାଉରକେଲାରେ ନିର୍ମିତ ଏହି ହକି ଷ୍ଟାଡିୟମରେ ସର୍ବାଧିକ ୨୧ ହଜାର ଦର୍ଶକ ବସିବାର କ୍ଷମତା ଥିବାରୁ ବିର୍ସା ମୁଣ୍ଡା ଷ୍ଟାଡିୟମ ଗିନିଜ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପକ୍କା କରିଛି । ଏ ନେଇ ଶନିବାର ୫-ଟି ସଚିବ ଭିକେ ପାଣ୍ଡିଆନ ଇନଷ୍ଟଗ୍ରାମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ, ୫-ଟି ସଚିବ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ଏହି ଖୁସି ଖବର ଦେଇଛନ୍ତି । ଆଉ ଏ ଖବର ଶୁଣିବା ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ଉଲ୍ଲସିତ ହୋଇ ଏହା ରାଜ୍ୟ ପାଇଁ ଖୁସି ଖବର ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *