Thu. Oct 15th, 2026

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସିରିପାଇ ପଞ୍ଚାୟତର ପେରାଗ୍ ଗ୍ରାମରେ ଅନେକ ଦିନରୁ ୨୫ରୁ ଉର୍ଦ୍ଧ୍ବ ପରିବାର  ବସବାସ କରି ଆସୁଛନ୍ତି। ଏହି ଜାଗାରେ ଘର ବାଡ଼ି କରି ରହିବା ସହିତ ଆଖପାଖ ଇଲାକାରେ ଜମିରେ ଚାଷ କାମ କରି ଜୀବିକା ନିର୍ବାହ କରୁଛନ୍ତି ଲୋକେ। ଯେଉଁଥିରୁ ଅଧିକାଂଶ ମୁଖ୍ୟତଃ ପଟା ନଥିବାରୁ ଅନେକ ସରକାରୀ ଯୋଜନାର ଲାଭ ଉଠାଇ ପାରୁ ନାହାନ୍ତି। ସୂଚନା ଅନୁସାରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ ୩୨ଟି ଫରେଷ୍ଟ ଗ୍ରାମ ସରକାରୀ ରେକର୍ଡରେ ଅଛି। ଏହି ଗ୍ରାମ ଗୁଡିକ ଫରେଷ୍ଟ ଗ୍ରାମ ହୋଇଥିବାରୁ ସରକାରଙ୍କର ଉନ୍ନତ୍ତମୂଳକ ଯୋଜନା ଗୁଡିକ ଲୋକମାନଙ୍କ ପାଖରେ ପହଞ୍ଚି ପାରୁନାହିଁ। ସେହିପରି ଚାଷଜମି ଥାଇ ମଧ୍ଯ ରେକର୍ଡ଼ରେ ନଥିବାରୁ ସରକାରଙ୍କ ମଣ୍ଡିରେ ଧାନ, ମାଣ୍ଡିଆ ବିକ୍ରି କରିପାରୁନାହାନ୍ତି। ଯେଉଁଥିପାଇଁ ଲୋକେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ତେଣୁ ଜଙ୍ଗଲ ଅଧିକାର ଆଇନ ୨୦୦୬  ଅନୁସାରେ ମିଳିତ ଭାବେ ଜିଲ୍ଲା ପ୍ରଶାସନ ରାୟଗଡା ଓ ନିର୍ମାଣ ଅନୁଷ୍ଠାନର ସହଯୋଗରେ ୬ଟି ଫରେଷ୍ଟ ଗ୍ରାମ ଯଥା ପେରାଗ, ଲାମ୍ବେରି, ବଲାଙ୍ଗୀରି, ଈରିପିପୁଟୁ, କିଆଜଳା, ଗୁମୁରାପୁଟୁ ଆଦି ଗ୍ରାମର  ସମସ୍ତ ଦାବିଦାରମାନଙ୍କର ଦାବି ଗୁଡିକୁ ଶ୍ରୀଯୁକ୍ତ ତହସିଲଦାର କାଶୀପୁର ଏବଂ ସମସ୍ତ ଟିମ, ଫରେଷ୍ଟର ବିଭାଗ, ଟିକିରିର ସମସ୍ତ ଟିମ, ବ୍ଲକ ଡବ୍ଲୁଇଓ କାଶୀପୁର ଏବଂ ସହଯୋଗ ଅନୁଷ୍ଠାନ ନିର୍ମାଣ ରାୟଗଡା ଜଙ୍ଗଲ ଅଧିକାର ଆଇନ ୨୦୦୬  ଅନୁସାରେ ଗ୍ରାମସ୍ତରର ସମସ୍ତ କାର୍ଯ୍ୟ ଗୁଡିକ ଶେଷ କରି ଜିଲ୍ଲାସ୍ତରରେ ପହଞ୍ଚାଇବାରେ ସଫଳ ହୋଇପାରିଛନ୍ତି । ତେଣୁ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କୁ ଏହି ଗ୍ରାମଗୁଡିକୁ ପଟ୍ଟା ବଣ୍ଟନର ବ୍ୟବସ୍ଥା କରାଇଲେ ସମସ୍ତ ଫରେଷ୍ଟ ଗ୍ରାମରେ ବସବାସ କରୁଥିବା ପରିବାରମାନେ ଉପକୃତହେବେ ବୋଲି ଜଣେଇଛନ୍ତି।

Leave a Reply

Your email address will not be published. Required fields are marked *