ଦିଲ୍ଲୀରେ ରେସଲରଙ୍କ ଆନ୍ଦୋଳନ ଜାରି, ଖେଳାଳିଙ୍କୁ ଭେଟିବାକୁ ପ୍ରତିଶ୍ରୁତି ଦେଲେ କ୍ରୀଡାମନ୍ତ୍ରୀ ।

ଶବ୍ଦ ଓଡିଶା ବ୍ୟୁରୋ: ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜଭୂଷଣ ବିରୋଧରେ ଅଭିଯୋଗ କରି ଧାରଣାରେ ଖେଳାଳି । ତେବେ ଏହାକୁ କ୍ରୀଡା ମନ୍ତ୍ରାଳୟ ଗୁରୁତର ସହ ନେଇଛି । କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଦିଲ୍ଲୀର ଯନ୍ତରମନ୍ତର ଆନ୍ଦୋଳନ କରୁଥିବା କ୍ରୀଡାବିତଙ୍କୁ ଶୀଘ୍ର ଭେଟିବେ ବୋଲି କହିଛନ୍ତି । ଏଭଳି ଅଭିଯୋଗକୁ ସେ ସାଂଘାତିକ ଦର୍ଶାଇବା ସହ ଏହାର ଶୀଘ୍ର ତଦନ୍ତ କରାଯିବ ବୋଲି କହିଛନ୍ତି ।
ଦିଲ୍ଲୀରେ ବର୍ତ୍ତମାନ ୨ ଶହରୁ ଅଧିକ ଷ୍ଟାର ରେସଲର ଯୋଗଦେଇଛନ୍ତି । ଅଲିମ୍ପିଆନ୍ ଭିନେଶ ଫୋଗଟ, ରବି କୁମାର ଦାୟିୟା, ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ବ୍ରଜଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ବିଶେଷ କରି ଭିନେଶ ଫୋଗଟ୍ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ବେଳେ ପୁଣି ଥରେ କାନ୍ଦି ପକାଇଛନ୍ତି । ସେ ଏହା ଅଭିଯୋଗ କରିଛନ୍ତି ଯେ ଜାତୀୟ କ୍ୟାମ୍ପ ବେଳେ କୋଚମାନେ ମହିଳା ରେସଲରମାନଙ୍କ ସହ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି । କୋଚ ଏବଂ ସଭାପତି ବ୍ରିଜଭୂଷଣ ମିଳିତ ଭାବେ ଏଭଳି କରୁଥିବା ସେ କହିଛନ୍ତି । ଯେତେବେଳ ଯାଏ ସେମାନଙ୍କ ବିରୋଧରେ ପଦକ୍ଷେପ ନିଆଯାଉନାହିଁ ସେତେବେଳେ ଯାଏ ଆନ୍ଦୋଳନ ରଦ୍ଦ କରାଯିବ ନାହିଁ ।

You May Also Like

More From Author

+ There are no comments

Add yours