ପ୍ରଧାନମନ୍ତ୍ରୀ ବାଣ୍ଟିବେ ୭୧ ହଜାର ନିଯୁକ୍ତିପତ୍ର, ଦେଶର ୪୫ ସ୍ଥାନରେ ରୋଜଗାର ମେଳାର ଆୟୋଜନ ।

ଶବ୍ଦ ଓଡିଶା ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୧ ହଜାର ନବନିଯୁକ୍ତ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ସାରା ଦେଶର ୪୫ଟି ସ୍ଥାନରେ ଏହି ନିଯୁକ୍ତି ପତ୍ର ବିତରଣ କରାଯିବ । ଭୁବନେଶ୍ୱରରେ ମଧ୍ୟ ରୋଜଗାର ମେଳା ଅନୁଷ୍ଠିତ ହେବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରୋଜଗାର ମେଳାରେ ଯୋଗ୍ୟ ପ୍ରାର୍ଥୀଙ୍କୁ ସରକାରୀ ଚାକିରୀ ପାଇଁ ନିଯୁକ୍ତପତ୍ର ବାଣ୍ଟିବେ । ଏ ସମସ୍ତଙ୍କୁ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗରେ ଏମାନଙ୍କୁ ନିଯୁକ୍ତି ମିଳିବ । ଚଳିତ ବର୍ଷ ୧୦ ଲକ୍ଷ ଯୁବକଯୁବତୀଙ୍କୁ ୧୦ ଲକ୍ଷ ଚାକିରୀ ଦେବାକୁ ଲକ୍ଷ୍ୟ ରଖିଛନ୍ତି । ଦେଶର ବିଭିନ୍ନ ସହରରେ ମେଳାର ଆୟୋଜନ କରାଯାଉଛି ।

You May Also Like

More From Author

+ There are no comments

Add yours