ଅର୍ଚ୍ଚନା ନାଗ ଦେବେ ଆଇନ ପରୀକ୍ଷା। କୋର୍ଟଙ୍କୁ ମାଗିଲେ ଅନୁମତି।

ଶବ୍ଦ ଓଡିଶା ବ୍ୟୁରୋ: ଅର୍ଚ୍ଚନା ନାଗ ଦେବେ ପରୀକ୍ଷା। ଲ’ ପରୀକ୍ଷା ଦେବା ପାଇଁ କୋର୍ଟଙ୍କୁ ଅନୁମତି ମାଗିଛନ୍ତି ଅର୍ଚ୍ଚନା । ସେ ଇଣ୍ଟିଗ୍ରେଟେଡ ଆଇନ ପରୀକ୍ଷା ଦେବା ପାଇଁ ଅନୁମତି ମାଗିଛନ୍ତି । ଅନୁମତି ମିଳିବା ପରେ ଜେଲ ମାନୁଆଲ ପରୀକ୍ଷା ଦେବେ । ଏହା ପରେ ଜେଲ ପକ୍ଷରୁ ତାଙ୍କୁ ସବୁ ପ୍ରକାର ସହଯୋଗ କରାଯିବ । ଅର୍ଚ୍ଚନା କ୍ୟାପିଟାଲ ଆଇନ କଲେଜରେ ଇଣ୍ଟିଗ୍ରେଟେଡ୍ ଲ କରୁଥିଲେ । କିଛିଦିନ ତଳେ ସେ ପରୀକ୍ଷା ପାଇଁ ଫର୍ମ ଫିଲଅପ କରିଥିଲେ । ଏଥିପାଇଁ ତାଙ୍କୁ ଅନୁମତିର ଆବଶ୍ୟକତା ଥିବା ବେଳେ ପୂର୍ବରୁ ଅନୁମତି ମିଳିଥିଲା । ଗତ ବୁଧବାର ଦିନ କୋର୍ଟରେ ସେ ପରୀକ୍ଷା ଦେବା ପାଇଁ ଅନୁମତି ମାଗିଛନ୍ତି । ପରୀକ୍ଷା ପାଇଁ ଅନୁମତି ମିଳିବ ବୋଲି ତାଙ୍କ ଓକିଲ ଆଶାବାଦୀ ।

You May Also Like

More From Author

+ There are no comments

Add yours