ଜନ୍ମମାଟି ଭୀମପୁରରେ ପାଳିଲା ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୧୧୨ତମ ଜୟନ୍ତୀ

ଜନ୍ମମାଟିରେ ପାଇକ କବି କୃଷ୍ଣ ତ୍ରିପାଠୀଙ୍କ ୧୧୨ତମ ଜୟନ୍ତୀ । ଅତିବଡ଼ି ସମ୍ମାନପ୍ରାପ୍ତ ଓଡ଼ିଆ ଭାଷା ସାହିତ୍ୟରେ ପାଇକ କବି ଭାବରେ ପରିଚିତ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୧୧୨ତମ ଜୟନ୍ତୀ ଉତ୍ସବ ବାଣପୁରର ଭୀମପୁର ନିକଟବର୍ତ୍ତୀ ଜନ୍ମମାଟି ସାମନ୍ତରାପୁର ଶାସନର ଆରାଧ୍ଯ ଶ୍ରୀ ଗୋପୀନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀର ଆମ ଗାଁ ଆମ ସାହିତ୍ୟ ଓ କୃଷ୍ଣଚନ୍ଦ୍ର ପାଠାଗାରର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ ସଭାପତିତ୍ଵ କରିଥିଲେ।  ଓଡ଼ିଶାର ପ୍ରଖ୍ୟାତ ନାଟ୍ୟକାର ପ୍ରଫେସର ଡଃ. ନିଳାଦ୍ରୀ ଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି, ସୁସାହିତ୍ୟକ ପୂର୍ବତନ ମନ୍ତ୍ରୀ ଡ଼ାଦେବେନ୍ଦ୍ର ନାଥ ମାନସିଂ, ପ୍ରଫେସର ନଳିନୀକାନ୍ତ ପଟ୍ଟନାୟକ, ଅଧ୍ୟାପକ ଡଃ ଚାନ୍ଦ କିଶୋର ତ୍ରିପାଠୀ, ଚିଲିକା ସାହିତ୍ୟ ସମାଜର ସଭାପତି ଶିକ୍ଷାବିତ୍ ବାଳମୁକୁନ୍ଦ ଦାସ, ପ୍ରଫେସର ଡଃ ନୃସିଂହ ପ୍ରଧାନ , ଆଡ଼ଭୋକେଟ ମଳୟ ରଞ୍ଜନ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି, ଗାଳ୍ପିକ ଶିବ ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇ କବି ତ୍ରିପାଠୀଙ୍କ ସାରସ୍ଵତ ସୃଷ୍ଟିରେ ସରଳ ଗ୍ରାମ୍ୟ ଜୀବନର ଦୁଃଖ ଯନ୍ତ୍ରଣା ପ୍ରପୀଡ଼ିତ ମଣିଷର ନିଛକ ଚିତ୍ର ଚିତ୍ରଣ ସହିତ ମାନବିକ ମୂଲ୍ୟ ବୋଧର ଉଦବେଳନ କିପରି ତାଙ୍କ କବିତାକୁ ରସାଣିତ କରିଛି ବର୍ଣ୍ଣନା କରିବା ସହିତ ବୀର ପାଇକ ଜାତିର ଜାତୀୟତା ବୋଧ, ଦେଶାତ୍ମଭାବନା ପରାଧୀନ ଭାରତ ବର୍ଷରେ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଦେଶ ପ୍ରତି ଉତ୍ସର୍ଗୀକୃତ ମନୋଭାବ ସୃଷ୍ଟି କରିବାରେ କିପରି ପ୍ରେରଣା ଯୋଗାଇଛି ଏବଂତାହା  ସହିତ ତାଙ୍କ ସାମଗ୍ରିକ କାବ୍ୟ ସମ୍ଭାର ଓଡ଼ିଆ ଭାଷା ଭଣ୍ଡାରକୁ  ରୁଦ୍ଧିମନ୍ତ କରି ତାଙ୍କୁ କାବ୍ୟ ଜଗତରେ ଅତିବଡ଼ି ସମ୍ମାନରେ ସମ୍ମାନିତ କରିଛି ତାହା ବର୍ଣ୍ଣନା କରିବା ସହିତ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । 

ସଭାରମ୍ଭ ରେ ପଣ୍ଡିତ ପ୍ରସନ୍ନ ବିଗ୍ରହ ବେଦ ପାଠ କରିଥିବାବେଳେ କବି ଦେବାଶିଷ ପଟ୍ଟନାୟକ ପାଇକ କବିଙ୍କ ସ୍ଵରଚିତ ‘ଏହି ଯେ ଦିଶୁଛି ଲାଲମାଟିର ଖୋର୍ଦ୍ଧା ଗଡ଼’ ଆବୃତି କରିଥିଲେ । ଡଃ ନିଳାଦ୍ରୀଭୂଷଣ ହରିଚନ୍ଦନଙ୍କୁ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ସ୍ମାରକୀ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଭୂତି ଭୂଷଣ ନନ୍ଦ, ଅଶୋକ ନନ୍ଦ, ଆନନ୍ଦ ଚନ୍ଦ୍ର ସେନାପତି, ଜ୍ୟୋତିର୍ମୟ ତ୍ରିପାଠୀ, ଅବନୀ ନନ୍ଦ ଏହାକୁ ପରିଚାଳନା କରିଥିବା ବେଳେ ସଂପାଦକ ମଧୁସୂଦନ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

You May Also Like

More From Author

+ There are no comments

Add yours