ମାଲ୍ୟବନ୍ତ ମହୋତ୍ସବର ଶେଷ ଦିନର ଦଳାଚକଟା, ୩ ଆହତ

ଶବ୍ଦ ଓଡିଶା ବ୍ୟୁରୋ: ମାଲକାନଗିରି ଜିଲ୍ଲା ମହୋତ୍ସବ ମାଲ୍ୟବନ୍ତରେ ଦଳାଚକଟା । ଏଥିରେ ୩ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ସମସ୍ତେ ସୁସ୍ଥ ଥିବା ବେଳେ ଘରକୁ ଫେରିଥିବା ମଧ୍ୟ ଜଣାପଡିଛି । ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ମହୋତ୍ସହ ଗତକାଲି ଶେଷ ହୋଇଛି । ସନ୍ଧ୍ୟାରେ ମହୋତ୍ସବରେ ପ୍ରାୟ ୪୦ ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଛି । ପଡିଆରେ କ୍ଷମତାଠାରୁ ଅଧିକ ଲୋକଙ୍କ ସମାଗମ ପରେ ଲୋକଙ୍କୁ ଯିବା ପାଇଁ ବାରଣ କରାଯାଇଥିଲା । ତେବେ ଅନେକ ସଂଖ୍ୟାରେ ଲୋକଙ୍କ ପଡିଆରେ ପ୍ରବେଶ ପରେ ଦଳାଚକଟା ହୋଇଥିଲା। ଏଥିରେ ୩ ଜଣ ଆହତ ହୋଇଛନ୍ତି ।

You May Also Like

More From Author

+ There are no comments

Add yours