ଆଜିଠାରୁ ରାୟଗଡା ଜିଲ୍ଲା ମହୋତ୍ସବ ଚଇତି, ସଜେଇ ହୋଇଛି ସାରା ସହର ।


ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଜିଲ୍ଲା ସଂlସ୍କୃତିକ ମହୋତ୍ସବ ଚଇତି l ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ତତ୍ଵାବଧାନରେ ଏହି ମେଳା ଆସନ୍ତା 5 ଦିନ ଧରି 23 ତାରିଖ ଯାଏଁ ଅନୁଷ୍ଠିତ ହେବ । ଏ ନେଇ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟ ରେ ପହଞ୍ଚିଛି ବୋଲି ଜିଲ୍ଲାପାଳ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି l ଏହି 5 ଦିନ ର କାର୍ଯ୍ର୍ୟକ୍ରମ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ପାଈଁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି l ଏଥି ମଧ୍ୟରେ ରାଜ୍ୟ ଓ ରାଜ୍ୟ ବାହାର କଳାକାର ମାନେ କଳା ପ୍ରଦର୍ଶନ କରିବେ l ମା ମଝିଘରିଆଣି ମନ୍ଦିରରୁ କଳସ ଯାତ୍ରା ନଗର ପରିକ୍ରମା ସାରି ମଞ୍ଚ ନିକଟରେ ପହଞ୍ଚିବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବ l ପୂର୍ଵ ଦିନ ସନ୍ଧ୍ୟା ରୁ ହିଁ ଜନସାଧାରଣ ସହରର ସାଜସଜ୍ଜା ଉପଭୋଗ କରୁଅଛନ୍ତି  l ବିଶେଷ କରି ବସଷ୍ଟାଣ୍ଡ ନିକଟରେ ହୋଇଥିବା ସ୍ବର୍ଗତ ବିଜୁ ପଟନାୟକ ଙ୍କ ପାର୍କ ର ସାଜସଜା ଦେଖିବା ରେ ଭିଡ ଜମିଥିବା ଦେଖିବାକୁ ମିଳିଛି l ଆଜି ସନ୍ଧ୍ୟା ରେ ଆମନ୍ତ୍ରିତ ଅତିଥି ସହ ଲୋକକଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିବିନ୍ନ ପ୍ରକାର ହୋଇଥିବା ଷ୍ଟଲ ବୁଲି ଆନନ୍ଦ ନେବେ ଜନସାଧାରଣ l ଜିଲ୍ଲା ସାଂସ୍କୃତିକ ପରିଷଦ ଜିଲ୍ଲାବାସୀଙ୍କୁ ଏହି ଗଣ ମହୋତ୍ସବ ରେ ସାମିଲ ହୋଇ କାର୍ଯ୍ୟକ୍ରମ କୁ ସଫଳ କରିବା ନିମନ୍ତେ ଅନୁରୋଧ କରାଯାଇଛି

ଅଜିତେଶ ପଟ୍ଟନାୟକ, ଶବ୍ଦ ମିଡ଼ିଆ, ରାୟଗଡା

You May Also Like

More From Author

+ There are no comments

Add yours