ଜେପି ନଡ୍ଡା କାହିଁକି ହେଲେ ବିଜେପି ଅଧ୍ୟକ୍ଷ ? ପଢନ୍ତୁ ଏହା ପଛର କାରଣ

କନକ ବ୍ୟୁରୋ: ଭାରତୀୟ ଜନତା ଦଳର ଅଧ୍ୟକ୍ଷ ଜେପି ନଡ୍ଡା ଆଗାମୀ ବର୍ଷ ଜୁନ ଯାଏ ଦଳର ନେତୃତ୍ୱ ନେବେ । ବିଜେପିର ବରିଷ୍ଠ ନେତା ଅମିତ ଶାହ ମଙ୍ଗଳବାର ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନରେ ଏନେଇ ଘୋଷଣା କରିଥିଲେ ।
ଅମିତ ଶାହ ପ୍ରେସମିଟରେ କହିଛନ୍ତି, ଆଗାମୀ ଜୁନ ୨୦୨୪ ଯାଏ ଜେପି ନଡ୍ଡାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି । ଆମକୁ ବିଶ୍ୱାସ ରହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନେତୃତ୍ୱରେ ଦଳ ୨୦୨୪ ଲୋକସଭା ନିର୍ବାଚନରେ ଲଢେଇ କରିବ । ଏହି ନିର୍ବାଚନରେ ୨୦୧୯ ଠାରୁ ମଧ୍ୟ ବଡ ବିଜୟ ହାସଲ କରିବ ଦଳ ।
ପ୍ରେସମିଟ୍ ପୂର୍ବରୁ ରାଜନାଥ ସିଂହ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ସମ୍ପର୍କରେ ପ୍ରସ୍ତାବ ରଖିଥିଲେ । ଏହାକୁ ସର୍ବସମ୍ମତି କ୍ରମେ ପାରିତ କରାଯାଇଥିଲା । ସେ କହିଥିଲେ କୋଭିଡ୍ ମହାମାରୀ କାରଣରୁ ନିର୍ବାଚନ ଅଭିଯାନ ହୋଇପାରିନଥିଲା । ସାମ୍ବିଧାନିକ ରୂପରେ ଏହା ସମ୍ଭବ ହୋଇପାରୁନାହିଁ । ବିଜେପି ବଡ ଲୋକତାନ୍ତ୍ରିକ ଦଳ ଏବଂ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି ।
ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ପଛର କାରଣ
କୋଭିଡ୍ ସମୟରେ ଜେପି ନଡ୍ଡାଙ୍କ ନେତୃତ୍ୱରେ ବିଜେପି କାର୍ଯ୍ୟକର୍ତ୍ତା ଲୋକଙ୍କ ପାଇଁ କାମ କରୁଥିଲେ ।
ବିହାର, ମହାରାଷ୍ଟ୍ର, ହରିୟାଣା ଏବଂ ୟୁପିରେ ଜେପି ନଡ୍ଡାଙ୍କ ନେତୃତ୍ୱରେ ସଫଳତା ମିଳିଥିଲା
ବେଙ୍ଗଲରେ ୩ରୁ ବଢି ୭୭ ଆସନ ହାସ କରିଥିଲା ବିଜେପି, ଦକ୍ଷିଣରେ ବଢିଥିଲା ଦଳର ବଳ
ଗୋଆରେ ଦଳକୁ ପ୍ରଥମ ଥର ପୂର୍ଣ୍ଣ ବହୁମତ ମିଳିଥିଲା, ଗୁଜରାଟରେ ପ୍ରଚଣ୍ଡ ବିଜୟ ହାସଲ କରିଥିଲା
ଜେପି ନଡ୍ଡା ବିଭିନ୍ନ ରାଜ୍ୟରେ ଦଳର ବିସ୍ତାର କରିଛନ୍ତି
ଜାମ୍ମୁକାଶ୍ମୀରରେ ବିଡିସି ନିର୍ବାଚନରେ ବିଜେପି ବିଜୟ ହାସଲ କରିଥିଲା
ବୁଥ ସଶକ୍ତିକରଣ, ଲୋକସଭା ପ୍ରବାସ ଯୋଜନା, ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଜେପି ନଡ୍ଡାଙ୍କ ପ୍ରମୁଖ ଭୂମିକା
ସେବା ହିଁ ସଂଗଠନ ଏବଂ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ସେବା ସପ୍ତାହର ସଫଳ ଆୟୋଜନ
ମନ କି ବାତ୍ କାର୍ଯ୍ୟକ୍ରମକୁ ଲୋକଙ୍କ କାର୍ଯ୍ୟକ୍ରମ କରିବା, ସାରାଦେଶରେ ବିଜୟ ସଙ୍କଳ୍ପ ସବା, ନିଜ ବୁଥ ସବୁଠୁ ମଜବୁତ କାର୍ଯ୍ୟକ୍ରମର ସଫଳ କ୍ରିୟାନ୍ୱୟନ କରିବା ।

You May Also Like

More From Author

+ There are no comments

Add yours