କେନ୍ଦ୍ରାପଡାରେ ୨୪ ଘଣ୍ଟିଆ ବନ୍ଦ ପାଳନ, ବିଭିନ୍ନ ସ୍ଥାନରେ ରାସ୍ତା ରୋକ ସହ ପିକେଟିଂ ।

ଶବ୍ଦ ଓଡିଶା ବ୍ୟୁରୋ: କେନ୍ଦ୍ରାପଡାରେ ୨୪ ଘଣ୍ଟା ବନ୍ଦ ପାଳନ । ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରକୁ ବିରୋଧ କରି ଏହି ବନ୍ଦ ପାଳନ କରାଯାଉଛି । ପୁରୁଣା ଚିକିତ୍ସାଳୟକୁ ସିଟି ହସ୍ପିଟାଲରେ ପରିଣତ କରିବାକୁ ଦାବି ହୋଇଛି । ବନ୍ଦକୁ ସହରବାସୀ ଓ ସ୍ଥାନୀୟ ଲୋକ ସମର୍ଥନ ଜଣାଇଛନ୍ତି । ବିଭିନ୍ନ ସ୍ଥାନରେ ରାସ୍ତାରୋକ ସହ ପିକେଟିଂ କରାଯାଉଥିବା ଦେଖିବାକୁ ମିଳିଛି । ସେହିପରି କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତା ଅବରୋଧ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

You May Also Like

More From Author

+ There are no comments

Add yours