ଶବ୍ଦ ଓଡିଶା ବ୍ୟୁରୋ: ଆସନ୍ତାକାଲିଠାରୁ ସାରା ରାଜ୍ୟରେ ପୁଣିଥରେ ଆରମ୍ଭ ହେବ ମାଗଣା ଟିକାକରଣ । ରାଜ୍ୟରେ ଏଥିପାଇଁ ମଙ୍ଗଳବାର ପହଞ୍ଚିଛି ୧ ଲକ୍ଷ ଡୋଜ୍ ଟିକା । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ରାଜ୍ୟକୁ ମଙ୍ଗଳବାର ସୁଦ୍ଧା ୧ ଲକ୍ଷ କୋଭିଡ୍ ଡୋଜ କୋଭିସିଲ୍ଡ ଟିକା ମିଳିଛି । ଆବଶ୍ୟକତା ଅନୁସାରେ ବିଭିନ୍ନ ଜିଲ୍ଲାକୁ ଏହି ସବୁ ଡୋଜ ଟିକା ପଠାଇଦିଆଯିବ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ କୁମାର ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି, ଯେଉଁମାନେ ଦ୍ୱିତୀୟ ଡୋଜ ଟୀକା ଓ ବୁଷ୍ଟର ଡୋଜ ଟୀକା ନେଇ ନାହାନ୍ତି ସେମାନଙ୍କ ପାଇଁ ୧୯ ତାରିଖରୁ ଏହି ଟିକାକରଣ ଅଭିଯାନ ଆରମ୍ଭ ହେଉଛି । ତେଣୁ ଯେଉଁମାନେ ଏହି ଟିକା ନେଇନାହାନ୍ତି ତାଙ୍କୁ ଟିକା ନେବାକୁ ପରାମର୍ଶ ଦିଆଯାଇଛି ।
