ଶବ୍ଦ ଓଡିଶା ବ୍ୟୁରୋ: ନ୍ୟୁୟର୍କ-ନୂଆଦିଲ୍ଲୀ ଏୟାର ଇଣ୍ଡିଆ -୧୦୨ ଫ୍ଲାଇଟରେ ୭୨ ବର୍ଷୀୟ ବୃଦ୍ଧଙ୍କ ଉପରେ ପରିସ୍ରା କରିବା ନେଇ ବିବାଦ ଥମିବାର ନା ନେଉନାହିଁ । ଏବେ ଏହି ମାମଲାରେ ନୂଆ ଖୁଲାସା ହୋଇଛି । ଘଟଣା ସମୟରେ ଅଭିଯୁକ୍ତ ଶଙ୍କର ମିଶ୍ର ନିଶାରେ ଥିଲେ । ସେ ଗୋଟିଏ କଥାକୁ ବାରମ୍ବାର ଦୋହରାଉଥିଲା । ବିଜନେସ କ୍ଲାସରେ ତାଙ୍କର ଜଣେ ସହଯାତ୍ରା ତାଙ୍କ ବାବଦରେ କ୍ୟାବିନ କ୍ରୁଙ୍କୁ କହିଥିଲେ । ସେହି ସମୟରେ ସେ ଏହି ବାବଦରେ ଜଣାଇ ଦେଇଥିଲେ । ନଭେମ୍ବର ୨୬ ତାରିଖରେ ଏହି ଘଟଣା ଘଟିଥିଲା । ଏହି ଘଟଣା ବର୍ତ୍ତମାନ ସାମ୍ନାକୁ ଆସିବା ପରେ ବିବାଦର ଶୁଭାରମ୍ଭ ହୋଇଛି । ଏୟାର ଇଣ୍ଡିଆ ବିମାନର ବିଜନେସ କ୍ଲାସରେ ଯାଉଥିବା ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କ ସହଯୋଗୀ ଆମେରିକୀୟ ଡାକ୍ତର ସୁଗାତା ଭଟ୍ଟାଚାର୍ୟ୍ୟ କହିଛନ୍ତି, ଯେତେବେଳେ ଶଙ୍କର ଗୋଟିଏ କଥା ବାରମ୍ବାର ପଚାରିଥିଲେ । ମୁଁ ସେତେବେଳେ ଜାଣିପାରିଥିଲ ଯେ ସେ ନିଶାରେ ଅଛନ୍ତି । ମୁଁ ଏ ବାବଦରେ କ୍ରୁ ମେମ୍ବରଙ୍କୁ ଅବଗତ କରାଇଥିଲେ । କ୍ରୁ ମେମ୍ବର ଏହା ଶୁଣି ସାମାନ୍ୟ ହସିଦେଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି, ଶଙ୍କର ତାଙ୍କୁ ନିଶାସେବନ କରିବାର କାରଣ ମଧ୍ୟ କହିଥିଲେ । ସେ ଅତ୍ୟଧିକ ଥକିଯାଇଥିବା କାରଣରୁ ଶୋଇପାରିନଥିଲେ । ଏହି କାରଣରୁ ସେ ମଦ ପିଇଥିଲେ । ଭଲ ନିଦ ପାଇଁ ସେ ନିଶା ସେବନ କରିଥିଲେ ।
You May Also Like
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ସାପର ଧମକ୍,ଦଂଶନ କରିବି
July 13, 2024
ମେଣ୍ଟକୁ ନେଇ ଅମିତ ଶାହଙ୍କ ବଡ ବୟାନ
April 20, 2024
More From Author
ଆଇସିସି ଆଣିଲା ନୂଆ ନିୟମ ଷ୍ଟପ୍ କ୍ଲକ୍
November 22, 2023
୫ ବର୍ଷରେ ରାଜ୍ୟରେ ୨,୮୧୭ ବନ୍ୟପ୍ରାଣୀଙ୍କ ମୃତ୍ୟୁ
November 22, 2023
ଭୁବନେଶ୍ୱରରେ ଜାତୀୟ ନିର୍ବାଚନ କମିଶନଙ୍କ ଟିମ୍
September 13, 2023
+ There are no comments
Add yours