ମଦ ଆଣିବ କ୍ୟାନସର : ହୁ’

ଅନେକ ଲୋକ ଭାବନ୍ତି କମ ପରିମାଣରେ ମଦ ପିଇଲେ ଏହା ଶରୀରର କୌଣସି କ୍ଷତି କରି ନଥାଏ । ହେଲେ ଏପରି ଭାବିବା ସମ୍ପୂର୍ଣ୍ଣ ରୂପେ ଭୁଲ । ଏହାକୁ ନେଇ ଅନେକ ଗବେଷଣା ହୋଇଛି । ଏବେ ଏକ ଗବେଷଣାର ତଥ୍ୟ ସମସ୍ତଙ୍କୁ ଚମକାଇ ଦେଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଦାବି କରିଛି ଯେ ମଦର ଗୋଟିଏ ବୁନ୍ଦା ବି ଶରୀରରେ କ୍ୟାନସର ସୃଷ୍ଟି କରିପାରେ ।

ଡବ୍ଲୁଏଚଓ କହିଛି ମଦ ହେଉଛି ଏକ ହାନିକାରଣ ପାନୀୟ, ଏଥିରୁ ଦୂରେଇ ରହିବା ଭଲ । ମଦର ଏମିତି କୌଣସି ଗୁଣ ନାହିଁ ଯାହା କମ ପିଇଲେ ବା ଅଧିକ ପିଇଲେ କ୍ଷତି ହେବ ନାହିଁ । ଡବ୍ଲୁଏଚଓର ଲାସେଂଟ ପବ୍ଲିକ ହେଲ୍‌ଥରେ ଛପା ଯାଇଥିବା ଏକ ଆର୍ଟିକଲ ପରେ ଲୋକେ ଅଧିକ ସତର୍କ ରହିବା ଜରୁରୀ ।

ଗବେଷଣାରେ କୁହାଯାଇଛି କି ମଦ ପିଇଲେ ୭ ପ୍ରକାରର କ୍ୟାନସର ହେବାର ଆଶଙ୍କା ଥାଏ । ଥ୍ରୋଟ କ୍ୟାନସର, ଲିଭର, କୋଲନ, ମାଉଥ, ବ୍ରେଷ୍ଟ ଓ ଏସୋଫେଗାସ କ୍ୟାନସରର ଆଶଙ୍କା ବଢିଯାଇଥାଏ । ଲୋକେ କୁହନ୍ତି ଏତିକି ମାତ୍ରାରେ ମଦ ପିଇଲେ କୌଣସି ଅସୁବିଧା ନାହିଁ । ହେଲେ ଏହା ସମ୍ପୂର୍ଣ୍ଣ ଭୁଲ । କମ୍ ହେଉ ଅବା ବେଶୀ ଏହା ଶରୀରରେ କ୍ଷତି ପହଞ୍ଚାଇଥାଏ ।

You May Also Like

More From Author

+ There are no comments

Add yours