ଅର୍ଚ୍ଚନାଙ୍କ ୩କୋଟି ୪୦ ଲକ୍ଷ ଟଙ୍କାର ଘର ଆଟାଚ୍ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଶବ୍ଦ ଓଡିଶା ବ୍ୟୁରୋ: ଅର୍ଚ୍ଚନା ନାଗ ମାମଲାରେ ଇଡି ପଦକ୍ଷେପ ଗ୍ରହଣ କରିଛି । ଅର୍ଚ୍ଚନାଙ୍କ ଘରକୁ ଇଡି ଆଟାଚ କରିଛି । ସତ୍ୟବିହାର ସ୍ଥିତ ତାଙ୍କ ଘରକୁ ଇଡି ଆଟାଚ କରିଛି । ଏହି ଘରର ମୂଲ୍ୟ ପ୍ରାୟ ୩କୋଟି ୪୦ ଲକ୍ଷ ଟଙ୍କା ।
ପୂର୍ବରୁ ଗତକାଲି ଇଡି ସେସନ୍ସ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା । ମୋଟ ୨ ହଜାର ୩୪୧ ପୃଷ୍ଠାର ଚାର୍ଜସିଟ କୋର୍ଟରେ ଦାଖଲ କରାଯାଇଛି । ୧୫ ଜଣଙ୍କ ବୟାନ ଆଧାରରେ ଏହାକୁ ପ୍ରସ୍ତୁତ କରାଯାଇଛି ।ଏହି ମାମଲାରେ ଏହା ଇଡିର ପ୍ରଥମ ଚାର୍ଜସିଟ୍ । ଆସନ୍ତା ମାସରେ ଏହା ସହ ସମ୍ବନ୍ଧିତ ଦ୍ୱିତୀୟ ଚାର୍ଜସିଟ୍ ଦାଖଲ କରାଯିବା ନେଇ ସୂଚନା ମିଳିଛି ।

You May Also Like

More From Author

+ There are no comments

Add yours