Wed. Oct 14th, 2026

ଆନ୍ତର୍ଜାତୀୟ ସ୍ତରରେ ଖେଳିବେ ଖୋର୍ଦ୍ଧା ଜିଲ୍ଲା ବୀଣପୁର ମାଟିର ଧିରଜ ଦାସ। ନେପାଳରେ ହେବାକୁ ଥିବା ୭୮ବର୍ଗ ଫାଇଟ୍ ବିଭାଗରେରେ ସେ ଭାଗନେବେ। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନରେନ୍ଦ୍ରପୁର ପଂଚାୟତର କୋଳଥଡିହ ଗ୍ରାମ ଦିଲ୍ଲିପ ଦାସଙ୍କ ପୁଅ ଧିରଜ ଦାସ । ଚଳିତ ବର୍ଷ ଅଲ ଓଡିଶା ସିନିୟର ବିଭାଗର ୭୮ବର୍ଗ ଫାଇଟ୍ ରେ ଜାମ୍ମୁ କାଶ୍ମୀରରେ ଯୋଗଦେଇ ଆନ୍ତର୍ଜାତୀୟ ସ୍ତରରେ ଖେଳିବା ପାଇଁ ମନୋନୀତ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ଓଡିଶାରୁ ୬୫ ପ୍ରତିନିଧି ଯୋଗଦେଇଥିବା ବେଳେ ମାତ୍ର ୬ଜଣ ଖେଳାଳୀ ମନୋନୀତ ହୋଇଛନ୍ତି । ୬ଜଣଙ୍କ ମଧ୍ୟରେ ଧିରଜ ଅନ୍ୟତମ। ଏଥିପାଇଁ ଅଂଚଳ ବାସୀ ଗର୍ବିତ। ଆଗାମୀ ଦିନରେ ଭାରତ ପାଇଁ ଗୌରବ ଆଣିବେ ବୋଲି ସେମାନେ ଆଶା ରଖିଛନ୍ତି।

ନେପାଳରେ ଆୟୋଜନ ହେଉଥିବା ଚଳିତ ବର୍ଷ ସାଉଥ ଏସିଆ ଗେମରେ ଯୋଗଦେବେ ଧିରଜ କୁମାର ଦାସ। ଧିରଜ ବାଲୁଗାଁ ସମ୍ପର୍କ ରାଇଜର ଏକାଡେମୀରେ ସୌମ୍ୟ ରଂଜନ ନାୟକଙ୍କ ଅଧିନରେ ପ୍ରଶିକ୍ଷଣ ନେଉଥିଲେ। ବାଣପୁରରୁ ପ୍ରଥମ ଥର ପାଇଁ ଜାତୀୟ ସ୍ଥରରେ ୭୮ ବର୍ଗ ଫାଇଟରେ ଭାଗନେବା ପ୍ରଥମ ଖଳାଳୀ। ବାଣପୁର ବାସୀ ଏଥିପାଇଁ ଗର୍ବିତ ଓ  ଦେଉଛନ୍ତି ଅନେକ ଶୁଭେଚ୍ଛା।

Leave a Reply

Your email address will not be published. Required fields are marked *