ରାଜଭବନରେ ଉଦଘାଟିତ ହେଲା “ଏକ ନୈଇ କ।ହାନୀ ଲିଖିହେ ଓଡ଼ିଶା”ର ପୋଷ୍ଟର ଓ ପ୍ରୋମୋ

ଶବ୍ଦ ଓଡିଶା ବ୍ୟୁରୋ: ରାଜଭବନରେ ପ୍ରିମିୟର ମିଡ଼ିଆ ଓ ଏଷ୍ଟେଣ୍ଣବୟ ମିଳିତ ସହଯୋଗରେ ହକି ବିଶ୍ଵକପ ପାଇଁ ପ୍ରସ୍ତୁତ କରାଯାଇଥିବା ସଙ୍ଗୀତ “ଏକ ନୈଇ କ।ହାନୀ ଲିଖିହେ ଓଡ଼ିଶା”ର ପୋଷ୍ଟର ଓ ପ୍ରମୋକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ହକି ତାରକା ତଥା ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଡ଼ଃ ଦିଲ୍ଲୀପ ତିର୍କୀ ଲୋକାର୍ପଣ କରିଥିଲେ ।

ସନ୍ତୋଷ ପଣ୍ଡାଙ୍କ ଲିଖିତ ଏବଂ ନିର୍ଦ୍ଦେଶିତ ଏହି ଗୀତଟିରେ ବଲିଉଡରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଅଭିଜିତଙ୍କ କଣ୍ଠ ସ୍ବର ଶୁଣିବାକୁ ମିଳୁଛି । ଏହି ସଙ୍ଗୀତ ମଧ୍ୟରେ ନିର୍ଦେଶକ ପଣ୍ଡା ହକିର ଇତିହାସ, ଓଡ଼ିଶା ସରକାରଙ୍କ ହକି ପ୍ରତି ଆଗ୍ରହ ଓ ଦିଲ୍ଲୀପ ତିର୍କୀଙ୍କର ସୁନାମକୁ ଯୋଡି ସୁନ୍ଦର ଭାବରେ ପ୍ରସ୍ତୁତ କରାଯାଇଛି।
ଏହି ଅବସରରେ ରାଜ୍ୟପାଳ ଦିଲ୍ଲୀପ ତିର୍କୀଙ୍କୁ ଅନେକ ଅଭିନ୍ଦନ ଓ ଶୁଭେଚ୍ଛା ଜଣେଇବା ସହିତ ଓଡ଼ିଶା ସରକାରଙ୍କ କ୍ରୀଡା ଉଦ୍ୟମକୁ ପ୍ରସଂସା କରିଥିଲେ । ପଦ୍ମଶ୍ରୀ ଡ଼ଃ ଦିଲ୍ଲୀପ ତିର୍କୀ ସନ୍ତୋଷ ପଣ୍ଡାଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ।

ସଙ୍ଗୀତ ଉଦଘାଟିତ ହେଲା ପରେ ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ ଗୋଟିଏ ହକି ଷ୍ଟିକ ରାଜ୍ୟପାଳଙ୍କୁ ପ୍ରଦାନ କରି ବିଶ୍ଵକପ ଦେଖିବା ପାଇଁ ଆମନ୍ତ୍ରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତା ଓ ସମାଜସେବୀ ରୁଷି ପଟ୍ଟନାୟକ, ପ୍ରିନ୍ସ ଡାନ୍ସ ଗ୍ରୁପର ମୁଖ୍ୟ କ୍ରିଷ୍ଣା ରାଓ, ଏଭେର ଗ୍ରୀନଚାର ମୁଖ୍ୟ ପ୍ରବୀଣ ଅଗ୍ରୱାଲ, ହାଇଟେକ ମେଡ଼ିକାଲର ଡାକ୍ତର ଅମରିତ ପାଟ୍ଟଯୋଶୀ ପ୍ରମୁଖ ଅତିଥିମାନେ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମକୁ ସନ୍ତୋଷ ପଣ୍ଡା ଓ ରୁଷି ପଟ୍ଟନାୟକ ମିଳିତ ଭାବରେ ପରିଚାଳନା କରିଥିଲେ ।

You May Also Like

More From Author

+ There are no comments

Add yours