Thu. Oct 15th, 2026

ଅଜିତେଶ ପଟ୍ଟନାୟକ ,ରାୟଗଡ: ରାୟଗଡା ଜିଲ୍ଲା କୋଲନରା ବ୍ଲକ ଜଗଦମ୍ବା ହାଇସ୍କୁଲ ପଡିଆ ଠାରେ ବ୍ଲକ ସ୍ତରୀୟ ଚଇତି ମହୋତ୍ସବ ଉଦଯାପିତ ହୋଇଯାଇଛି l ସକାଳେ ଏକ ମାରାଥନ କାର୍ଯ୍ର୍ୟକ୍ରମ ପରେ ଗାନ୍ଧୀଜିଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । କୋଲନରl ନଦୀରୁ ପାଣି ଆଣିବା ପରେ ମଝିଘରିଆଣି ମନ୍ଦିରରୁ କଳସୀ ଶୋଭାଯାତ୍ରା ବାହାରି କାର୍ଯ୍ୟକ୍ରମ ଆୟୋଜନ ସ୍ଥଳରେ ପହଁଞ୍ଚିଥିଲା । ଏହି ଅବସରରେ କୋଲନରା ବିଡିଓ ଶ୍ରୀ ଗୌର ଚନ୍ଦ୍ର ପଟ୍ଟନାୟକ ଏକ ଚଇତି ଟି-ସାର୍ଟ ଉନ୍ମୋଚନ କରିଥିଲେ l ବିଭିନ୍ନ ପଂଚାୟତରୁ ଆସିଥିବା ସାଂସ୍କୃତିକ ଦଳ ମଞ୍ଚରେ ଗୀତ ଓ ନାଚ ପରିବେଷଣ କରିଥିଲେ। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଶିଶୁ ବିକାଶ ବିଭାଗ ତରଫରୁ ବିଭିନ୍ନ ଷ୍ଟଲ ଖୋଲାଯାଇଥିଲା l

ଏହି କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ଭୀମସେନ ଶବର, ବିଡିଓ ଗୌର ଚନ୍ଦ୍ର ପଟ୍ଟନାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସରିତା ମାଝୀ, ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷା ଅନୁସୟା ମାଝୀ, ଜିଲ୍ଲାପରିଷଦ ସଭ୍ୟ ଧବଳେଶ୍ୱର ନାଇଡ଼ୁ,ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା କୁଲାସିକା, ବ୍ଲକ ଉପାଦକ୍ଷ ହଳଧର ହିମିରିକା, ବିଭିନ୍ନ ପଂଚାୟତ ର ସରପଞ୍ଚ, ସମିତିସଭ୍ୟ, ୱାର୍ଡ ମେମ୍ବର, ବ୍ଲକର ସମସ୍ତ ସରକାରୀ କର୍ମଚାରୀ, ବିଭିନ୍ନ ସ୍କୁଲରୁ ଆସିଥିବା ଛାତ୍ରଛାତ୍ରୀ ଓ ଜନସାଧାରଣ ଯୋଗଦେଇଥିଲେ l ଶ୍ରୀ ପ୍ରଫୁଲ ଚନ୍ଦ୍ର ପାଢ଼ୀ ଓ ଶ୍ରୀ ପ୍ରଦୀପ ନାୟକ ମଞ୍ଚ ପରିଚାଳନା କରିଥିଲେ l

ରାୟଗଡ଼ରୁ ଅଜିତେଶ ପଟ୍ଟନାୟକ,ଶବ୍ଦ ମିଡିଆ



Leave a Reply

Your email address will not be published. Required fields are marked *