Thu. Oct 15th, 2026

ଫିଲ୍ମ ଦେଖିବା ବେଳେ ଖାଇପାରିବେନି ବାହାର ଖାଦ୍ୟ । ସିନେମା ହଲରେ ବାହାର ଖାଦ୍ୟ ବାରଣ ହୋଇଥିବା ବେଳେ ରୁଜୁ ହୋଇଥିବା ଏକ ମାମଲା ଉପରେ ସୁପ୍ରିମକୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି । ସିନେମା ହଲ ଏକ ବ୍ୟକ୍ତିଗତ ପରିଚାଳନା ସମ୍ପତ୍ତି ହୋଇଥିବାରୁ ହଲ ଭିତରେ ଯାହା କିଛି ନିୟମକାନୁନ ଜାରି ହେବ ତାହା ହଲ ମାଲିକଙ୍କ ଇଚ୍ଛାଧୀନ ବ୍ୟାପାର ବୋଲି କୋର୍ଟ କହିବା ସହ ଜାମ୍ମୁକାଶ୍ମୀର ହାଇକୋର୍ଟ ସିନେମା ହଲ ମଧ୍ୟକୁ ବାହାର ଖାଦ୍ୟ ପ୍ରବେଶ ନେଇ ଦେଇଥିବା ଅନୁମତିକୁ ଅଗ୍ରାହ୍ୟ କରିଛନ୍ତି ।
ଏହି ନିର୍ଦ୍ଦେଶରେ ହାଇକୋର୍ଟ ହଲକୁ ବାହାର ଖାଦ୍ୟ ଓ ପାନୀୟ ନେବାକୁ ଅନୁମତି ଦେଇଥିଲେ କିନ୍ତୁ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଅନ୍ୟାୟ ବୋଲି କହିବା ସହ ହାଇକୋର୍ଟ ନିଜର ଅଧିକାର ଉଲଂଘନ କରିଥିବା କହିଥିଲେ । ଜାମ୍ମୁକାଶ୍ମୀର ସିନେମା ହଲ ମାଲିକ ସଂଘ ପକ୍ଷରୁ ସୁପ୍ରିମକୋର୍ଟରେ ଏହି ଆବେଦନ କରାଯାଇଥିଲା । ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ପିୱାଇ ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି ସମୟରେ ଏହା କହିଛନ୍ତି ।

Leave a Reply

Your email address will not be published. Required fields are marked *