Thu. Oct 15th, 2026

ବର୍ଯ୍ୟବସ୍ତୁର ସୁପରିଚାଳନା ପାଇଁ ଯଶୋଦା ମାଆ ଫାଉଣ୍ଡେସନର ଅଭିନବ ପ୍ରୟାସ । ଭୁବନେଶ୍ୱର ଜଗନ୍ନାଥ ଆମ୍ବତୋଟା ବସ୍ତି ଓ ସୋମନାଥ ବସ୍ତିର ମହିଳାମାନଙ୍କୁ ନେଇ ଯଶୋଦା ମାଆ ଫାଉଣ୍ଡସେନ୍ ଆନୁକୂଲ୍ୟରେ ଶ୍ରୀମତୀ ନିବେଦିତା ଲେଙ୍କାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ଏହି ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷଣ ଦେବା ପାଇଁ ଉପସ୍ଥିତ ହୋଇଥିଲ ସୃଜନଶୀଳତା ରେ ନିପୂଣା , ସିଦ୍ଧହସ୍ତ ତଥା ଅନନ୍ୟ ପ୍ରତିଭାର ଅଧିକାରିଣୀ ଶ୍ରୀମତୀ ରଶ୍ମିତା ସାହୁ। ପ୍ରଥମେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସ୍ମରଣ କରି ଶୁଭାରମ୍ଭ କରିଥିଲେ ଶ୍ରୀମତୀ ସାହୁ । ପ୍ରଶିକ୍ଷଣ ନେବା ପାଇଁ ଉପସ୍ଥିତ ହୋଇଥିବା ମହିଳା ମାନଙ୍କ ମଧ୍ୟରେ ଏକ ଉତ୍କଣ୍ଠା ଦେଖିବାକୁ ମିଳିଥିଲା। ମହିଳା ମାନଙ୍କ ମଧ୍ୟରେ ନୂତନ ସମ୍ଭାବନା ସୃଷ୍ଟି କରିବା ସହିତ ସେମାନଙ୍କୁ ସଶକ୍ତ କରିବା ସଙ୍ଗେସଙ୍ଗେ ବର୍ଯ୍ୟବସ୍ତୁର ପରିଚାଳନା ଏବଂ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମରେ ନିଜକୁ ଅଂଶୀଦାର କରେଇବା ହିଁ ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀମତୀ ନିବେଦିତା ଲେଙ୍କା କହିଥିଲେ । ଆଗାମୀ ଦିନରେ ଅନ୍ୟ ବସ୍ତି ଗୁଡିକରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଶ୍ରୀମତୀ ଲେଙ୍କା ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *