ଗୋଆରେ ୨ୟ ବିମାନବନ୍ଦର; ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ସମୃଦ୍ଧି ପଥେ ଆଉ ଏକ ପାଦେ ଆଗେଇଲା ଗୋଆ । ରାଜ୍ୟ ପାଇଁ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦି । ଗୋଆକୁ ଦେଲେ ଦ୍ୱିତୀୟ ବିନାନ ବନ୍ଦର । ରବିବାର ଦିନ ସନ୍ଧ୍ୟା ୫ଟାରେ ଗୋଆର ମୋପାରେ ଏହାର ଉଦ୍ଘାଟନ କରିଛନ୍ତି ମୋଦି । ଏହି ଏୟାରପୋର୍ଟ ନିର୍ମାଣରେ ୨,୮୭୦ କୋଟି ଟଙ୍କ ଖର୍ଚ୍ଚ ହୋଇଛି । ଆସନ୍ତା ଜାନୁୟାରୀ ୫ ରୁ ଏହି ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବ । ତେବେ ପର୍ଯ୍ୟଟନ ଏବଂ ଅର୍ଥନୀତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି । ପୂର୍ବରୁ ୨୦୧୬ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱରା ମୋପା ଇଂଟରନ୍ୟାସନାଲ ଏୟାରପୋର୍ଟର ଭିତିପ୍ରସ୍ତର ସ୍ଥାପନ ହୋଇଥିଲା । ଏହା ଗୋଆର ଦିତୀୟ ଏୟାର ପୋର୍ଟ । ପ୍ରଥମ ଏୟାରପୋର୍ଟଟି ଡାବୋଲିମରେ ରହିଛି । ତେବେ ଆପଣମାନେ ଜାଣିଛନ୍ତି କି? ନୂଆ ଏୟାରପୋର୍ଟରେ ସୌରଶକ୍ତି ପ୍ଲାଂଟ, ଗ୍ରୀନ ବିଲଡିଂ, ରନୱେ ଏଲଇଡି ଲାଇଟ, ବର୍ଷାଜଳ ଅମଳ ଭଳି ଅନେକ ସୁବିଧା ରହିଛି । ସବୁଠାରୁ ବଡ଼ କଥା ହେଲାଂ ଯେ, ଏହି ବିମାନ ବନ୍ଦରରେ ବିଶ୍ୱର ସବୁଠୁ ବଡ ବିମାନ ପାର୍କିଂ କରିବାର କ୍ଷମତା ରହିଛି । ଏହା ସହିତ ୧୪ ଟି ନାଇଟ ପାକିଂ ସୁବିଧା ମଧ୍ୟ ରହିଛି । ସେଲ୍ଫ ବ୍ୟାଗେଜ ଡ୍ରପ ସୁବିଧା ଏବଂ ଉକୃଷ୍ଟ ଏୟାର ନାଭିଗେସନ ସୁବିଧା ମଧ୍ୟ ରହିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏୟାରପୋର୍ଟ ୪.୪ ମିଲିୟନ ଯାତ୍ରୀଙ୍କୁ ସେବା ଯୋଗାଇବା ନେଇ ଅଶା କରାଯାଉଛି । ପରବର୍ତି ସମୟରେ ୩୩ ଏମ.ପି.ପିଏ ହେବା ନେଇ ଆଶଙ୍କା କରାଯାଉଛି । ଏଠାରେ ଗୋଟିଏ ସ୍ଥାନ ରହିଛି ଯେଉଁଠାରେ ସ୍ଥାନୀୟ କାରିଗରଙ୍କ ଦ୍ୱାରା ନିର୍ମିତ ସାମଗ୍ରୀ ବିକ୍ରି କରାଯିବ । ଡାବୋଲିମ ସ୍ଥିତ ଏୟାରପୋର୍ଟରୁ ସିଧାସଳଖ ୧୫ଟି ଘରୋଇ ବିମାନ ଏବଂ ୬ଟି ଅନ୍ତର୍ଜାତୀୟ ଉଡାଣ କରିବ । ବର୍ତମାନ ଡାବୋଲିମ ଏୟାରପୋର୍ଟ ବିମାନବନ୍ଦରର ଯାତ୍ରୀ କ୍ଷମତା ୮.୫ ଏମ.ପି.ପିଏ ରହିଛି । ମୋପା ଏୟାରପୋର୍ଟ କାର୍ଯ୍ୟକ୍ଷମ ହେବା ପରେ ଏହା ୧୩ ଏମ.ପି.ପିଏକୁ ବୃଦ୍ଧି ପାଇବ । ତେବେ ଦେଖାଯାଉ ଆଗକୁ ଏହି ସୁବିଧା ଲୋକମାନଙ୍କୁ ତଥା ପର୍ଯ୍ୟଟନ କ୍ଷେତ୍ରରେ ଫାଇଦା ଦେବା ବୋଲି ଆଶା କରାଯାଉଛି ।

You May Also Like

More From Author

+ There are no comments

Add yours