Thu. Oct 15th, 2026

ଚିଲିକାରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଦ୍ୱାରା ଆୟୋଜିତ ଚିଲିକା ବ୍ଲକର ବିଶାଳ ମହିଳା କର୍ମୀ ସମ୍ମିଳନୀ । ବିଜେଡିରେ ଗୋଷ୍ଠୀ କନ୍ଦଳ ଲାଗି ରହିଥିବା ବେଳେ ଆଜି ପୁଣିଥରେ ପୂର୍ବତନ ବିଧାୟକ ରଘୁନାଥ ସାହୁ ଏକ ମହିଳା କର୍ମୀ ସମ୍ମିଳନୀ କରିଛନ୍ତି। ଯେଉଁଥିରେ ହଜାର ହଜାର ମହିଳା କର୍ମୀ ଯୋଗ ଦେଇଛନ୍ତି। ବିଗତ ୧୮ ଦିନ ମଧ୍ୟରେ ଚିଲିକା ନିର୍ବାଚନ ମଣ୍ଡଳୀରେ ଚାରି ଗୋଟି କର୍ମୀ ସମ୍ମିଳନୀ କରି ବିରୋଧୀ ଗୋଷ୍ଠୀଙ୍କୁ ରଘୁନାଥ କଡା ଜବାବ ଦେଉଛନ୍ତି। ଗତ ମାସ ୨୩ ତାରିଖରେ ବାଣପୁର ବ୍ଲକ ବିଜେଡି ପୁରୁଷ କର୍ମୀ ସମ୍ମିଳନୀ, ୩୦ ତାରିଖରେ ଚିଲିକା ବ୍ଲକ ବିଜେଡି ପୁରୁଷ କର୍ମୀ ସମ୍ମିଳନୀ ଓ ଆଜି ପୁଣି ବାଣପୁର ବ୍ଲକ ବିଜେଡି ,ବିଶାଳ ମହିଳା ସମାବେଶର ଆୟୋଜନ ହୋଇଛି । ମହିଳା ସମାବେଶରେ ୨ ହଜାରରୁ ଉର୍ଦ୍ଧ୍ଵ ମହିଳା ଯୋଗଦେଇଥିଲେ। ଲଗାତାର ପୃଥକ ପୃଥକ ବ୍ଲକ ୱାରୀ ପୁରୁଷ ଓ ମହିଳା କର୍ମୀ ସମ୍ମିଳନୀ କରି ବିରୋଧିଙ୍କୁ ଭାବିବା ପାଇଁ ରଘୁନାଥ ସାହୁ ବାଧ୍ୟ କରିଦେଇଛନ୍ତି। ଅନ୍ୟପଟେ ଚିଲିକା ବିଜେଡିର ଗୋଷ୍ଠୀ କନ୍ଦଳ ଦିନକୁ ଦିନ ଉଗ୍ର ହେଉଥିବା ବେଳେ ବିଜେଡ଼ି କର୍ମୀମାନଙ୍କୁ ନିଜ ଆଡକୁ ଟାଣିବା ପାଇଁ ରଘୁନାଥ ସାହୁ ପୁରା ଦମ ଲଗାଇଦେଇଛନ୍ତି । ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ସଭାପତିତ୍ୱରେ ପୂର୍ବତନ ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ସେଠି, ସଙ୍ଗଠିକା ବନିତା ସାହୁ ଆଦି ପୁରୁଖା କର୍ମୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *