ବିମାନବନ୍ଦରରେ ସୁନା ଚୋର

ଚୋର ଆଉ ପୋଲିସର କାହାଣୀ ଭାରୀ ନିଆର । ଚୋର ଯେତେ ଚାଲାଖି ଦେଖେଇଲେ ବି ପୋଲିସ ତାକୁ କଳେ ବଳେ କୌଶଲେ ଶେଷରେ ଧରି ଦେଇଥାଏ । ଏଭଳି ୭ଜଣ ଲୋକଙ୍କୁ ଧରିଛି ପୋଲିସ । ସେମାନଙ୍କ ମଧ୍ୟରେ ୫ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି । ପୋଲିସକୁ ମାତ ଦେଇ ଫେରାର ହେବାର ପ୍ଲାନରେ ଫେଲ ମାରିଲେ ଅଭିଯୁକ୍ତ । ଏଭଳି କିଛି ଘଟଣା ଘଟିଛି ମୁମ୍ବାଇ ବିମାନବନ୍ଦରରେ,ଏଠାରେ ଜବତ ହୋଇଛି ୬୧ କିଲୋ ସୁନା । ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଇଂଟରନ୍ୟାସନାଲ୍ ଏୟାରପୋର୍ଟରେ ୭ ଜଣଙ୍କ ଠାରୁ କଷ୍ଟମ ଅଧିକାରୀ ୬୧ କେଜି ସୁନା ଜବତ କରିଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୩୨କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଗୋଟିଏ ଦିନରେ ଏଭଳି ଏତେ ପରିମାଣର ସୁନା ମିଳିବା ମୁମ୍ବାଇ ବିମାନବନ୍ଦରର ପ୍ରଥମ ଘଟଣା । ୭ଜଣ ଯାତ୍ରୀଙ୍କ ମଧ୍ୟରୁ ୪ଜଣ ତାଞ୍ଜିନିଆରୁ ଆସି ଥିଲା ବେଳେ ୩ଜଣ ଦୁବାଇରୁ ଆସିଥିଲେ । ସେମାନେ ହାତରେ ତିଆରି କଲା ଭଳି ଏକ ବେଲ୍ଟରେ ସୁନା ସବୁ ଲୁଚାଇ ଆଣିଥିଲେ । ବେଲ୍ଟ ମଧ୍ୟରେ ସୁନା ବିସ୍କୁଟ ରଖି ଏମାନେ ଅଂଟାରେ ବାନ୍ଧି ଆସିଥିଲେ । ହେଲେ ଏତେ ଚାଲାଖି ବି କଷ୍ଟମ ଅଧିକାରୀ ଧରି ନେଇଥିଲେ । ଚେକିଂ ବେଳେ କଷ୍ଟମ ଡିପାର୍ଟମେଂଟର ଅଧିକାରୀ ସେମାନଙ୍କୁ ଧରିଥିଲେ । ସେହି ବେଲ୍ଟରେ ଅନେକ ପକେଟ କରାଯାଇଥିଲା, ଯେଉଁ ଥିରେ ଖୋସି ଆଣିବାକୁ ଅପରାଧି ମାନଙ୍କୁ ସୁବିଧା ହୋଇଥିଲା । ୪ଜଣ ତାଞ୍ଜିନିଆରୁ ଆସିଥିଲେ ଯେଉଁଥିରେ ୫୩କିଲୋ ସୁନା ଉଦ୍ଧାର ହୋଇଛି ,ଯାହାର ଆନୁମାନିକ ମୂଲ୍ୟ ୨୮.୧୭କୋଟି ଟଙ୍କା । ଆଉ ୩ଜଣ ଯାତ୍ରୀ ଦୁବାଇରୁ ଆସିଥିଲେ ସେମାନଙ୍କ ଠାରୁ ୮କେଜି ସୁନା ଜବତ ହୋଇଛି । ଏଥିରେ ଦୁଇଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି । ଏମାନେ ପିନ୍ଦି ଥିବା ଜିନ୍ସ ପ୍ୟାଂଟରେ ସୁନା ନେଇ ଆସିଥିଲେ । ଅପରାଧୀ ମାନଙ୍କୁ ଧରି କୋର୍ଟ ଚାଲଣ କରାଯାଇଛି । କଷ୍ଟମ ଡିପାର୍ଟମେଂଟର ତତ୍ପରତାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ପ୍ରଶଂସା କରିଛନ୍ତି ।

You May Also Like

More From Author

+ There are no comments

Add yours