Wed. Oct 14th, 2026

ଆଜି ଯଶୋଦା ମା ଫାଉଣ୍ଡେସନ ଦ୍ୱାରା ଆୟୋଜିତ ବର୍ଣ୍ଣବୋଧ ପାଠଶାଳାର ପିଲାମାନଙ୍କୁ ନେଇ ସୀତାନାଥ ନଗର ଲକ୍ଷ୍ମୀ ମଣ୍ଡପ ଠାରେ ଶିଶୁଦିବସ ଉତ୍ସବ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ଲୋକପ୍ରିୟ ଅଭିନେତ୍ରୀ ତଥା ସମ୍ମାନିତାର ସମ୍ପାଦିକା ବର୍ଷା ପ୍ରିୟଦର୍ଶିନୀ ଯୋଗ ଦେଇଥିଲେ। ସେ ପ୍ରଥମେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପିଲାମାନେ ହିଁ ଦେଶର ଭବିଷ୍ୟତ ଓ ସେମାନେ ଶିକ୍ଷିତ ହେଲେ ରାଷ୍ଟର ବିକାଶ ହୋଇପାରିବ ବୋଲି ମ୍ୟାଡାମ୍ ତାଙ୍କ ଅଭିଭାଷଣରେ କହିଥିଲେ। ସମ୍ମାନିତ ଅତିଥି ଭାବରେ ୧୩ ଓ ୧୪ ନମ୍ବର ୱଡ଼ ର କରର୍ପୋରେଟର ଇତିଶ୍ରୀ ଦାସ ଓ ମୋନାଲିସା ସାହୁ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଯଶୋଦା ମା ଫାଉଣ୍ଡେସନର ଅଧକ୍ଷା ଶ୍ରୀମତୀ ନିବେଦିତା ଲେଙ୍କା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ଓ ପ୍ରଫୁଲ୍ଲ କୁମାର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। ଯୁବ ସମାଜସେବୀ ତଥା ସାହିତ୍ୟିକ ପ୍ରତ୍ୟୁଷ ଭଞ୍ଜ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ତ୍ତିକ ପୂର୍ଣ୍ଣିମା ରେ ଅନୁଷ୍ଠିତ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଗଲା। ବର୍ଣ୍ଣବୋଧ ପାଠଶାଳାର ଚାରି ଜଣ ଗୁରୁମା ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସଂମ୍ବଧିତ କରାଗଲା। ସମାଜସେବା ରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନୁ ଜେନା ଓ ଅନୁପମା ବେହେରାଙ୍କୁ ସମ୍ମାନିତ କରାଗଲା। ପିଲାମାନେ ନୃତ୍ୟ ଓ ଗୀତର ଆସର ବେଶ୍ ଆକର୍ଷଣୀୟ ଥିଲା। ଶେଷରେ ପିଲାମାନଙ୍କୁ ଚକେଲେଟ୍,ବିସ୍କୁଟ,କୁରକୁରି,କେକ୍ ଓ ଥଣ୍ଡା ପାନୀୟ ଆଦି ବଣ୍ଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *