ଗ୍ରାଜୁଏସନ ପରେ ସିଧାସଳଖ ପିଏଚଡିରେ ଆଡମିସନ

ପିଏଚଡିରେ ଆଡମିସନ ନେଇ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭଲ ଖବର ଆସିଛି । ଏଣିକି ଛାତ୍ରଛାତ୍ରୀମାନେ ଗ୍ରାଜୁଏସନ ପରେ ସିଧାସଳଖ ପିଏଚଡିରେ ଆଡମିସନ ନେଇପାରିବେ । ମାଷ୍ଟର ଡିଗ୍ରୀର କୌଣସି ଆବଶ୍ୟକତା ପଡ଼ିବ ନାହିଁ । ମାତ୍ର ଏନେଇ କିଛି ସର୍ତ୍ତ ରହିଛି । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ପିଏଚଡି ଆଡମିସନର ନିୟମକୁ ନେଇ ନୂଆ ନୋଟିଫିକେସନ ଜାରି କରାଯାଇଛି ।

ୟୁଜିସିର ପିଏଚଡି ଆଡମିସନର ସଂଶୋଧିତ ନିୟମ ମୁତାବକ, ଯଦି ଆପଣ ଚାରି ବର୍ଷର ବ୍ୟାଚେଲର ଡିଗ୍ରୀ କୋର୍ସ କରିଥିବେ ଓ ଆପଣଙ୍କର ସିଜିପିଏ ୭.୫ ପ୍ରତିଶତ ଉପରେ ରହିଥିବ, ତେବେ ଆପଣ ସିଧାସଳଖ ପିଏଚ.ଡିରେ ନାମଲେଖାଇ ପାରିବେ ।

ଦୁଇବର୍ଷର ପିଜି କୋର୍ସ ଅଲଗା ଭାବେ କରିବାର ନେଇ କୌଣସି ଆବଶ୍ୟକତା ନାହିଁ । ଯଦି ଆପଣ ୪ ବର୍ଷର ବ୍ୟାଚେଲର ଡିଗ୍ରୀ କୋର୍ସ କରିବା ପରେ ମାଷ୍ଟର ଡିଗ୍ରୀ କୋର୍ସରେ ଆଡମିସନ ନେଇଛନ୍ତି, ତେବେ ପ୍ରଥମ ବା ଦ୍ୱିତୀୟ ବର୍ଷରେ ଯେ କୌଣସି ସମୟରେ ପିଏଚଡିରେ ଆଡମିସନ ନେଇପାରିବେ । ୱାର୍କିଂ ପ୍ରଫେସନାଲମାନେ ମଧ୍ୟ ପାର୍ଟ ଟାଇମ୍ ରିସର୍ଚ୍ଚ କୋର୍ସ କରିପାରିବେ । ଏଥିପାଇଁ ସେମାନଙ୍କୁ କମ୍ପାନୀ, ସଂସ୍ଥାରୁ ନୋ ଅବଜେକସନ (ଏନଓସି) ସାର୍ଟିଫିକେଟ ଆଣି ୟୁନିଭରସିଟିରେ ଦାଖଲ କରିବାକୁ ପଡ଼ିବ ।

You May Also Like

More From Author

+ There are no comments

Add yours