ଆଜି ଯୁବ ପ୍ରତିଭା ତଥା ମେଧାବୀ ଛାତ୍ରୀ ମିସ୍ ରାନୀ ମଲ୍ଲିକଙ୍କ ଶୁଭ ଜନ୍ମଦିନ ଅବସରରେ ସମ୍ପର୍କ ଓ ଯଶୋଦା ମା ଫାଉଣ୍ଡେସନର ମିଳିତ ପ୍ରୟାସରେ ବର୍ଣ୍ଣବୋଧ ପାଠଶାଳାର ୮୦ରୁ ଉର୍ଦ୍ଧ୍ବ ପିଲାମାନଙ୍କୁ ନେଇ ଛାଡଖାଇ ଉତ୍ସବ ପାଳନ କରାଯାଇଛି। ପ୍ରଥମେ ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ଲେଙ୍କା ରାନୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସହ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପରେ କେକ୍ କାଟି ଜନ୍ମଦିନ ପାଳନ କରାଯାଇଥିଲା। ଏଥିରେ ସମ୍ପର୍କ ଫାଉଣ୍ଡେସନର ରମେଶ ସାହୁ,ଜଟ ବାବୁ ଏବଂ ଯଶୋଦା ମା ଫାଉଣ୍ଡେସନର ପ୍ରତ୍ୟୁଷ ଭଞ୍ଜ,ଅନୁ ଜେନା, ବର୍ଣ୍ଣବୋଧ ପାଠଶାଳାର ଗୁରୁମା, ସହଯୋଗୀ ଭାବରେ ପ୍ରଶାନ୍ତ ପତ୍ରୀଙ୍କ ସମତେ ରାନୀଙ୍କ ପରିବାର ସଦସ୍ୟ,ସହପାଠୀ ଓ ବନ୍ଧୁମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ସମସ୍ତ ବ୍ୟକ୍ତି ବିଶେଷଙ୍କୁ ମ୍ୟାଡାମ୍ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ଓ ଏ ସୁନ୍ଦର ଆୟୋଜନ ଓ ସାମୂହିକ ଭୋଜିରେ ଯୋଗ ଦେଇ ଛୋଟ ଛୋଟ ପିଲା ମାନେ ଖୁସି ବ୍ୟକ୍ତ କରିଥିଲେ।





