ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ଅବସରରେ ଯଶୋଦା ମା ଫାଉଣ୍ଡେସନ ତରଫରୁ ବର୍ଣ୍ଣବୋଧ ପାଠଶାଳାର ପିଲାମାନଙ୍କୁ ନେଇ ସୀତାନାଥ ବସ୍ତିର ଲକ୍ଷ୍ମୀ ମଣ୍ଡପ ଠାରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଶ୍ରୀ ମନୋଜ କୁମାର ସାହୁ(ଅଖି ଭାଇ) ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବରେ ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ମେଧାବୀ ଛାତ୍ରୀ ମିସ୍ ଆଇସା ରାୟ ଚିତ୍ରାଙ୍କନ ପ୍ରତିଯୋଗିତାକୁ ଆଗେଇ ନେବା ସହ ବିଚାରକ ଭାବରେ ନିଜର ରାୟ ଦେଇଥିଲେ ଏବଂ ଯୁବ ପ୍ରତିଭା ତଥା ମେଧାବୀ ଛାତ୍ରୀ ମିସ୍ ସୁପ୍ରିୟା ମିଶ୍ର ବକୃତା ପ୍ରତିଯୋଗୀତାର ବିଚାରକ ଦାୟିତ୍ଵ ତୁଲାଇଥିଲେ। ଯୁବ ସମାଜସେବୀ ତଥା ସାହିତ୍ୟିକ ପ୍ରତ୍ୟୁଷ ଭଞ୍ଜ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ନିବେଦିତା ଲେଙ୍କା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବର୍ଣ୍ଣବୋଧ ପାଠଶାଳାର ଗୁରୁମା ରଞ୍ଜୁବାଳା ଲେଙ୍କା ଓ ପ୍ରମିଳା ସାହୁ ଉପସ୍ଥିତ ଥିଲେ। ଆଜିର କାର୍ଯ୍ୟକ୍ରମ ରେ ପ୍ରାୟ ୮୦ରୁ ଉର୍ଦ୍ଧ୍ବ ପିଲା ଉପସ୍ଥିତ ରହି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ। ଏଥିରେ ବିଜୟୀ ହୋଇଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ନଭେମ୍ବର ୧୪ ତାରିଖ ଶିଶୁ ଦିବସ ଦିନ ଏକ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କୃତ କରାଯିବ ବୋଲି ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଲେଙ୍କା ଗଣମାଧ୍ୟମକୁ ସୂଚନା ଦେଇଥିଲେ।



