ଚାଲିଛି ଧାମନଗର ବ୍ୟାଟେଲ

କିଏ ଜିତିବ ଧାମନଗର ବାଜି ? କିଏ କରିବ ନେତାଙ୍କ ଛାତି ଧଡଧଡ । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ମଧ୍ୟାହ୍ନ ସୁଦ୍ଧା ଆସିପାରେ ଚୂଡାନ୍ତ ଫଳାଫଳ । ଭୋଟ୍ ଗଣତି ପାଇଁ ଭଦ୍ରକ ସଂସ୍କୃତି ଭବନରେ ବ୍ୟବସ୍ଥା କରାଯାଇଛି । ଭୋଟ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ୧୮ଟି ରାଉଣ୍ଡରେ ହେବ ଭୋଟ୍ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହେବ । ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କେନ୍ଦ୍ରୀୟ ସୁରକ୍ଷାବଳ ଓ ରାଜ୍ୟ ପୁଲିସ ନିୟୋଜିତ ହୋଇଛନ୍ତି । ଏହା ସହ ଷ୍ଟ୍ରଙ୍ଗରୁମରେ କଡା ସୁରକ୍ଷା ବଳୟରେ ଇଭିଏମ ରଖାଯାଇଛି । କାଉଂଟିଙ୍ଗ ପାଇଁ ପ୍ରତି ଟେବୁଲରେ ଜଣେ ସୁପରଭାଇଜର, ଜଣେ ଆସିଷ୍ଟାଂଟ ସୁପରଭାଇଜର ଓ ଜଣେ ମାଇକ୍ରୋ ଅବଜରଭର ରହିଛନ୍ତି । ବିଜୟୀ ନେଇ ଉଭୟ ବିଜେଡି-ବିଜେପି ଆଶାବାଦୀ ରହିଛନ୍ତି । ସୂରଜ ସୂର୍ୟ୍ୟବଂଶୀ ବିଜେପିର ପ୍ରାର୍ଥୀ ରହିଥିବା ବେଳେ ଅବନ୍ତୀ ଦାସ ବିଜେଡିର ପ୍ରାର୍ଥୀ ରହିଛନ୍ତି ସେହିପରି କଂଗ୍ରେସର ହରେକୃଷ୍ଣ ସେଠୀ, ରାଜେନ୍ଦ୍ର ଦାସ ଓ ପବିତ୍ର ମୋହନ ଦାସ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି । ବିଜେପି ଅନୁକମ୍ପା ମୂଳକ ଭୋଟ୍ ପାଇବ ବୋଲି ଆଶାବାଦୀ ଥିବା ବେଳେ ବିଜେଡି ମହିଳା ଭୋଟ୍ ହାତେଇ ବିଜୟୀ ହେବାକୁ ଆଶା ରଖିଛି । ତେବେ ଏହି ଉପନିର୍ବାଚନରେ ୬୬.୧୩% ଭୋଟ ହାର ହୋଇଛି । ଏଥିରେ ମହିଳାଙ୍କ ସଂଖ୍ଯା ଅଧିକ ରହିଛି। ୨୫୨ ବୁଥ୍ ରେ ଭୋଟ ଦିଆଯାଇଥିବା ବେଳେ ୧୪ ଟେବୁଲରେ ୧୮ଟି ରାଉଣ୍ଡରେ ଏହାକୁ ଗଣାଯିବ ।ତେବେ ୮ଟାରୁ ପୋଷ୍ଟାଲ ଭୋଟ କାଉଣ୍ଟିଂ ଚାଲିଥିବା ବେଳେ ୮.୩୦ରୁ ଇଭିଏମ ଗଣତି ଚାଲିଛି। ୩ ଥାକିଆ ପ୍ରକ୍ରିୟାରେ କରାଯାଉଛି ଏହି ପ୍ରକିୟା ।

You May Also Like

More From Author

+ There are no comments

Add yours