ସ୍ୱାସ୍ଥ୍ୟ ପାଇଁ ହିତକର ଡାଲଚିନି

ଡାଲଚିନିରେ ଅନେକ ପ୍ରାକୃତିକ ଓ ଔଷଧୀୟ ଗୁଣ ରହିଛି । ଏହା ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ। ଶରୀରରେ ମେଟାବୋଲିଜିମ୍ ହାର ବି ବଢାଇଥାଏ ଏବଂ ବଡି ଫ୍ୟାଟ୍‌କୁ କମାଇଥାଏ। ଯଦି ଆପଣ ବଢୁଥିବା ଓଜନ ଓ ହାଇ ବ୍ଲଡ୍ ପ୍ରେସର ଆଦି ସମସ୍ୟାର ସାମ୍ନା କରୁଛନ୍ତି। ତେବେ ନିହାତି ଭାବେ ଡାଲଚିନିକୁ ନିଜ ରୁଟିନ୍‌ରେ ସାମିଲ କରନ୍ତୁ।

ଡାଲଚିନିରେ ଅନେକ ଜରୁରୀ ପୋଷକ ତତ୍ତ୍ବ ରହିଛି। ଏହା ଆମ ଶରୀର ପାଇଁ ଅନେକ ଗୁଣରେ ଲାଭଦାୟକ ହୋଇଥାଏ। ଏଥିରେ ମ୍ୟାଗ୍ନେସିୟମ୍, ଆଇରନ୍, ଫସଫରସ୍, କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, କ୍ୟାଲସିୟମ, କପର, ଜିଁଙ୍କ, ନିଆସିନ୍, ଥାୟାମିନ୍ ଏବଂ ଲାଇକୋପିନ୍ ଆଦି ଶରୀର ପାଇଁ ଆବଶ୍ୟକୀୟ ପୋଷକ ତତ୍ତ୍ବ ରହିଛି। ତେବେ ଚାଲନ୍ତୁ ଜାଣିବା ଡାଲଚିନିରେ ପ୍ରସ୍ତୁତ ଚା ପିଇବା ଦ୍ବାରା ଶରୀର ପାଇଁ କେଉଁ କେଉଁ ଫାଇଦା ହୋଇଥାଏ।

ମସ୍ତିଷ୍କ ପାଇଁ ଲାଭଦାୟକ- ଡାଲ୍ଚିନିର ଚା ପିଇବା ଦ୍ବାରା ଆମ ମସ୍ତିଷ୍କକୁ ଚିନ୍ତା ତଥା ମାନସିକ ଚାପଠୁ ଲଢିବାକୁ ସାହାଯ୍ୟ ମିଳିଥାଏ। ଏହା ଆମ ମୁଣ୍ଡକୁ ଶାନ୍ତ ରଖେ ଓ ବ୍ରେନ୍ ଫଙ୍କସନ୍ କୁ ବଢାଇଥାଏ। ଏହା ସ୍ମରଣଶକ୍ତି ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ।

ମେଦବହୁଳତା – ଆଜିକାଲି ମେଦବହୁଳତା ଏକ ଗମ୍ଭୀର ସମସ୍ୟା। ଯଦି ଆପଣ ନିଜ ବଢୁଥିବା ମୋଟାପଣକୁ ନେଇ ଚିନ୍ତିତ ଏବଂ ଏହାକୁ ଦୂର କରିବାକୁ ଚାହୁଁଛନ୍ତି, ତାହେଲେ ପ୍ରତିଦିନ ଡାଲଚିନିର ଚା ପିଅନ୍ତୁ। ଏହା ଫ୍ୟାଟ୍ ବର୍ଣ୍ଣ କରିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ପ୍ରାକୃତିକ ଗୁଣ ଓଜନ କମାଇବାରେ ବେଶ୍ ସହାୟକ ହୋଇଥାଏ। ଏହା ମେଟାବୋଲିଜିମ୍ ହାର ବଢାଇବା ସାଙ୍ଗକୁ ବଡି ଫ୍ୟାଟ୍ କମ୍ କରିଥାଏ।

ହାଇ ବ୍ଲଡପ୍ରେସର- ନିୟମିତ ଭାବେ ଡାଲଚିନିର ଚା ପିଇବାଦ୍ବାରା କେବଳ ବ୍ଲଡପ୍ରେସର କଣ୍ଟ୍ରୋଲ୍ ହୁଏ ତା ନୁହେଁ, ହାଇ ବ୍ଲଡ୍ ପ୍ରେସର କମ୍ କରିବାରେ ମଧ୍ୟ ବିଶେଷ ସାହାଯ୍ୟ କରିଥାଏ।

ଋତୁସ୍ରାବ ସମସ୍ୟା- ମହିଳାମାନେ ଋତୁସ୍ରାବ ସମୟର କିଛି ଦିନ ପୂର୍ବରୁ ଯଦି ନିୟମିତ ଭାବେ ଡାଲଚିନି ଚା ପିଅନ୍ତି। ତେବେ ଋତୁସ୍ରାବ ସମୟରେ ହେଉଥିବା ପି.ଏମ୍.ଏସ୍. ସମସ୍ୟା ତଥା ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।

ତ୍ୱଚା- ଡାଲଚିନିରେ ଥିବା ଆଣ୍ଟିଅକ୍ସିଡେଣ୍ଟ୍ସ୍ ଶରୀରରେ ଥିବା ଟକ୍ସିନ୍ସ ଓ ଫ୍ରି ରେଡିକାଲ୍ସ୍ ସାଙ୍ଗେ ଲଢିବାକୁ ଶରୀରକୁ ଶକ୍ତି ଦେଇଥାଏ। ଏହା କଳା ଚିହ୍ନ, ଦାଗ ଆଦି କମ୍ କରିବାରେ ବି ବେଶ୍ ଲାଭବାନ୍ ହୋଇଥାଏ।


କେମିତି ପ୍ରସ୍ତୁତ କରିବେ ଡାଲଚିନି ଚା?
ଡାଲଚିନି ଚା ପ୍ରସ୍ତୁତ କରିବା ପାଇଁ ୧୫୦ ଏମ୍.ଏଲ୍ ପାଣିରେ ୧ରୁ ୪ ଚାମଚ ପାଉଡର୍ କିମ୍ବା ୧ ଇଞ୍ଚ୍ ଡାଲଚିନି ଖଣ୍ଡ ପକାଇ ଫୁଟାନ୍ତୁ। ପାଣି ଅଧା ହେବା ପର୍ଯ୍ୟନ୍ତ ଫୁଟାନ୍ତୁ। ପରେ ଏହାକୁ ଛାଣି ଏଥିରେ ଲେମ୍ବୁ ରସ ଓ ମହୁ ମିଶାଇ ପିଅନ୍ତୁ।

You May Also Like

More From Author

+ There are no comments

Add yours