ଧାମନଗରରେ ଉଇଁଲା ସୂର୍ଯ୍ୟ

ଧାମନଗରରେ ଫୁଟିଲା ପଦ୍ମ । ବାଜିମାତ କଲା ବିଜେପି । ବିଜୟ ମୁକୁଟ ପିନ୍ଧିଲେ ସୂରଜ ସୂର୍ଯ୍ୟବଂଶୀ । ବିଜେପି ସପକ୍ଷରେ ରାୟ ଦେଲେ ଜନତା ଜନାର୍ଦ୍ଦନ । ଆସନ ବଜାୟ ରଖିଲା ଭାରତୀୟ ଜନତା ପାର୍ଟୀ । ୯ହଜାର୮୦୨ଖଣ୍ଡ ଭୋଟ ପାଇ ବାଜିଗର ସାଜିଛନ୍ତି ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ । ବିଜେପି ପ୍ରାର୍ଥୀ ୮୦ହଜାର ୯୦ଭୋଟ ପାଇଥିବା ବେଳେ ପଛରେ ପଡି ଯାଇଛନ୍ତି ବିଜେଡି ପ୍ରାର୍ଥୀ । ଅବନ୍ତି ଦାସଙ୍କୁ ମିଳିଛି ୭୦ହଜାର ୨୮୮ଖଣ୍ଡ ଭୋଟ । ଧାମନଗରର ଶ୍ରେୟ ନେଇ ଧାମନଗରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୂର୍ଯ୍ୟବଂଶୀ ସୂରଜ ।

ଧାମନଗରରେ ବିଜେଡି ବିଜେପି ମଧ୍ୟରେ ଦେଖିବାକୁ ମିଳିଥିଲା କ୍ଲୋଜ ଫାଇଟ । ୨୦୧୯ ସାଧାରଣ ନିର୍ବାଚନରେ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କୁ ୮୦,୧୧୧ଖଣ୍ଡ ଭୋଟ ମିଳିଥିଲା । ନିକଟତମ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ମିଳିଥିଲା ୭୫, ୪୮୬ ଖଣ୍ଡ ଭୋଟ । ତେବେ ୪୬୨୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ବିଷ୍ଣୁ ସେଠୀ । ତେବେ ଚଳିତ ଉପନିର୍ବାଚନରେ ବିଜେପିକୁ ମଧ୍ୟ ମିଳିଛି ଅଧିକ ଭୋଟ । ଭୋଟ ଗଣତିର ବିଭିନ୍ନ ରାଉଣ୍ଡରେ ବିଜେପିକୁ ଅଧିକ ଭୋଟ ମିଳିଥିଲା । ଏବଂ ଶେଷ ରାଉଣ୍ଡ ପର୍ଯ୍ୟନ୍ତ ଆଗୁଆ ଥିଲା ବିଜେପି । ଏହାରି ସହ ବିଜୟ ଲାଭ କରିଛନ୍ତି ସୂର୍ଯ୍ୟବଂଶୀ ସୂରଜ।

You May Also Like

More From Author

+ There are no comments

Add yours