Wed. Oct 14th, 2026

ଦେଖିବାକୁ ଅବିକଳ ପ୍ରିଣ୍ଟର ଭଳି। କାମରେ କରିଦେଉଛି ସଭିଙ୍କୁ ଚକିତ। ବଟନ ଦବେଇଲେ କାଗଜ ବାହାରୁଛି। ହେଲେ ଏହି କାଗଜକୁ ଖାଇହେବ। କାରଣ ଏବେ ମାର୍କେଟକୁ ଆସିଛି ଦୋସା ମେସିନ। ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । ସୋସିଆଲ ମିଡିଆରେ ଏବେ ଏହି ମେସିନ୍‌ର ଭିଡିଓ ଭାଇରାଲ ହେଉଛି । ବିଜ୍ଞାନ ଦୁନିଆରେ ଏହି କୃତିତ୍ୱ ହାସଲ କରିଛି ମଣିଷ । ଏହାକୁ ଦୋସା ପ୍ରିଣ୍ଟର୍‌ କୁହାଯାଉଛି । ସାଧାରଣ ପ୍ରିଣ୍ଟର୍‌ ଭଳି ଏଥିରେ ପତଳା ଓ କ୍ରିସ୍‌ପି ଦୋସା ପ୍ରିଣ୍ଟ ହେଉଛି ।

ଟ୍ୱିଟର୍‌ରେ ସମନ୍ଥା ନାମକ ଜଣେ ୟୁଜର୍‌ ଏହି ମେସିନ୍‌ର ଏକ ଭିଡିଓ ଶେୟାର କରଛନ୍ତି, ଯାହାକୁ ଦେଖି ଲୋକେ ଚକିତ ହୋଇଛନ୍ତି । ଭିଡିଓରେ ସେ ମେସିନ୍‌ର ଏକ ପାଶ୍ୱର୍ରେ ଦୋସା ବ୍ଯାଟର ଢାଳିଛନ୍ତି । ଏହା ପରେ ସେ ଦୋସାର ବହଳକୁ ଚୟନ କରିଛନ୍ତି ଏବଂ କେତୋଟି ଦୋସା ଆବଶ୍ୟକ, ତା’ର ବଟନ୍‌କୁ ଦବାଇଛନ୍ତି । କିଛି ସେକେଣ୍ଡ ମଧ୍ୟରେ ପ୍ରିଣ୍ଟର୍‌ରୁ ଆପଣାଛାଏଁ ଏକ ପତଳା ଓ କ୍ରିସ୍‌ପି ଦୋସା ବାହାରି ଆସୁଛି । ସେ ଏହି ଅବିଶ୍ୱସନୀୟ ଭିଡିଓ ପୋଷ୍ଟ କରିବା ପରେ ଚର୍ଚ୍ଚା ଜୋର ଧରିଛି ।

ଲୋକେ ଏହି ଟେକ୍ନୋଲୋଜିକୁ ଦେଖି ଚକିତ ହେଉଛନ୍ତି। ଭାରତର ଅନ୍ୟତମ ସବୁଠୁ ଲୋକପ୍ରିୟ ଖାଦ୍ୟ ହେଉଛି ଦୋସା । ଏବେ ଦୋସା ପ୍ରସ୍ତୁତକାରୀ ପ୍ରିଣ୍ଟର୍‌ ବଜାରକୁ ଆସିବା ପରେ ଦୋସାପ୍ରେମୀଙ୍କୁ ଆଉ ବଜାର ଦୋସା ଖାଇବାକୁ ପଡ଼ିବ ନାହିଁ । ଘରେ ପତଳା ଓ କ୍ରିସ୍‌ପି ଦୋସାର ମଜା ନେଇପାରିବେ । ଏହି ପ୍ରିଣ୍ଟର୍‌ ଏ-୪ ସାଇଜ୍‌ର ପେପର୍‌ ଦୋସା ପ୍ରସ୍ତୁତ କରୁଛି ।

Leave a Reply

Your email address will not be published. Required fields are marked *