ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଦୋସା ପ୍ରିଣ୍ଟର୍‌

ଦେଖିବାକୁ ଅବିକଳ ପ୍ରିଣ୍ଟର ଭଳି। କାମରେ କରିଦେଉଛି ସଭିଙ୍କୁ ଚକିତ। ବଟନ ଦବେଇଲେ କାଗଜ ବାହାରୁଛି। ହେଲେ ଏହି କାଗଜକୁ ଖାଇହେବ। କାରଣ ଏବେ ମାର୍କେଟକୁ ଆସିଛି ଦୋସା ମେସିନ। ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । ସୋସିଆଲ ମିଡିଆରେ ଏବେ ଏହି ମେସିନ୍‌ର ଭିଡିଓ ଭାଇରାଲ ହେଉଛି । ବିଜ୍ଞାନ ଦୁନିଆରେ ଏହି କୃତିତ୍ୱ ହାସଲ କରିଛି ମଣିଷ । ଏହାକୁ ଦୋସା ପ୍ରିଣ୍ଟର୍‌ କୁହାଯାଉଛି । ସାଧାରଣ ପ୍ରିଣ୍ଟର୍‌ ଭଳି ଏଥିରେ ପତଳା ଓ କ୍ରିସ୍‌ପି ଦୋସା ପ୍ରିଣ୍ଟ ହେଉଛି ।

ଟ୍ୱିଟର୍‌ରେ ସମନ୍ଥା ନାମକ ଜଣେ ୟୁଜର୍‌ ଏହି ମେସିନ୍‌ର ଏକ ଭିଡିଓ ଶେୟାର କରଛନ୍ତି, ଯାହାକୁ ଦେଖି ଲୋକେ ଚକିତ ହୋଇଛନ୍ତି । ଭିଡିଓରେ ସେ ମେସିନ୍‌ର ଏକ ପାଶ୍ୱର୍ରେ ଦୋସା ବ୍ଯାଟର ଢାଳିଛନ୍ତି । ଏହା ପରେ ସେ ଦୋସାର ବହଳକୁ ଚୟନ କରିଛନ୍ତି ଏବଂ କେତୋଟି ଦୋସା ଆବଶ୍ୟକ, ତା’ର ବଟନ୍‌କୁ ଦବାଇଛନ୍ତି । କିଛି ସେକେଣ୍ଡ ମଧ୍ୟରେ ପ୍ରିଣ୍ଟର୍‌ରୁ ଆପଣାଛାଏଁ ଏକ ପତଳା ଓ କ୍ରିସ୍‌ପି ଦୋସା ବାହାରି ଆସୁଛି । ସେ ଏହି ଅବିଶ୍ୱସନୀୟ ଭିଡିଓ ପୋଷ୍ଟ କରିବା ପରେ ଚର୍ଚ୍ଚା ଜୋର ଧରିଛି ।

ଲୋକେ ଏହି ଟେକ୍ନୋଲୋଜିକୁ ଦେଖି ଚକିତ ହେଉଛନ୍ତି। ଭାରତର ଅନ୍ୟତମ ସବୁଠୁ ଲୋକପ୍ରିୟ ଖାଦ୍ୟ ହେଉଛି ଦୋସା । ଏବେ ଦୋସା ପ୍ରସ୍ତୁତକାରୀ ପ୍ରିଣ୍ଟର୍‌ ବଜାରକୁ ଆସିବା ପରେ ଦୋସାପ୍ରେମୀଙ୍କୁ ଆଉ ବଜାର ଦୋସା ଖାଇବାକୁ ପଡ଼ିବ ନାହିଁ । ଘରେ ପତଳା ଓ କ୍ରିସ୍‌ପି ଦୋସାର ମଜା ନେଇପାରିବେ । ଏହି ପ୍ରିଣ୍ଟର୍‌ ଏ-୪ ସାଇଜ୍‌ର ପେପର୍‌ ଦୋସା ପ୍ରସ୍ତୁତ କରୁଛି ।

You May Also Like

More From Author

+ There are no comments

Add yours