ପହିଲାରେ ଲଞ୍ଚ ହେବ ୫ଜି ସେବା

ଅକ୍ଟୋବର ପହିଲାରୁ ଦେଶରେ ଆରମ୍ଭ ହେବାକୁ ଯାଉଛି ୫-ଜି ସେବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ମୋବାଇଲ କଂଗ୍ରେସରେ ଏହି ସେବାର ଶୁଭ ଉଦଘାଟନ କରିବେ । ଅକ୍ଟୋବର ୧ତାରିଖରୁ ଦେଶରେ ୫ଜି ସେବା ଆରମ୍ଭ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ପହିଲାରେ ଇଣ୍ଡିଆ ମୋବାଇଲ କଂଗ୍ରେସରେ ଏହି ସେବା ଆରମ୍ଭ କରିବେ ଏବଂ ବହୁ ପ୍ରତୀକ୍ଷିତ ଗ୍ରାହକଙ୍କ ଅପେକ୍ଷାର ଅନ୍ତ ଘଟିବ । ସରକାରଙ୍କ ନ୍ୟାସନାଲ ବ୍ରଡବ୍ୟାଣ୍ଡ ମିଶନ ଆଜି ଟ୍ୱିଟ୍ କରି ଏହି ସୂଚନା ଦେଇଛି। ଭାରତର ଡିଜିଟାଲ ପରିବର୍ତ୍ତନ ଏବଂ ଯୋଗାଯୋଗକୁ ଶୀର୍ଷକୁ ନେଇଯିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତରେ ଏସିଆର ସର୍ବବୃହତ ପ୍ରଯୁକ୍ତି ପ୍ରଦର୍ଶନୀ ଇଣ୍ଡିଆ ମୋବାଇଲ କଂଗ୍ରେସରେ ୫ଜି ସେବା ଆରମ୍ଭ କରିବେ ବୋଲି ଟ୍ୱିଟରେ ଉଲ୍ଲେଖ ହୋଇଛି । ଅବଶ୍ୟ ପରେ ଏହି ଟ୍ବିଟକୁ ଡିଲିଟ କରାଯାଇଥିଲା

You May Also Like

More From Author

+ There are no comments

Add yours