ମାର୍କେଟକୁ ଆସିବ ଦୁନିଆର ୨ୟ ୨୦୦ମେଗାପିକ୍ସେଲର କ୍ୟାମେରା ଥିବା ସ୍ମାର୍ଟଫୋନ

ଡିଜିଟାଲ ଦୁନିଆରେ ଖୁବ ଶୀଘ୍ର ଆସିବାକୁ ଯାଉଛି ସାମସଙ୍ଗର ନୂଆ ମଡେଲ। ଯାହାର ନାଁ ରହିଛି ସାମସଙ୍ଗ ଗାଲାକ୍ସି ଏସ ୨୩ ଅଲଟ୍ରା। ଅଫିସିଆଲ ଲଞ୍ଚିଂ ପୂର୍ବରୁ ହିଁ ଏହି ମୋବାଇଲ ବିଷୟରେ ସୂଚନା ସାମନାକୁ ଆସିଛି । ଏକ ରିପୋର୍ଟ ହିସାବରେ ସାମସଙ୍ଗର ଏହି ଫ୍ଲୋଗସିପ ଫୋନରେ ୨୦୦ମେଗାପିକ୍ସେଲର କ୍ୟାମେରା ଦେଖବାକୁ ମିଳିବ । ଯାହା ଆପଣଙ୍କ ଫଟୋର କ୍ୱାଲିଟିକୁ ଆହୁରି ବଢାଇଦେବ । ଏହି ଫିଚର୍ସର ସୂଚନା ସାମସଙ୍ଗ ଇଲେକ୍ଟ୍ରୋନିକ ମୋବାଇଲ ଏକ୍ସପିରିଏନ୍ସ ଡିଭିଜନ ଏହାକୁ କନଫର୍ମ କରିଛନ୍ତି । ଯାହା ଏକ ମିଡିଆ ସୋର୍ସରୁ ଜଣାପଡିଛି ।

ଏହା ଛଡା ମୋଟୋରୋଲା ଏଜ ୩୦ଅଲଟ୍ରା ଗ୍ଲୋବଲ ମାର୍କେଟରେ ୮ଡିସେମ୍ବରକୁ ଲଞ୍ଚ ହେବାକୁ ଯାଉଛି । ଯେଉଁଥିରେ ୨୦୦ମେଗାପିକ୍ସେଲର କ୍ୟାମେରା ଦେଖିବାକୁ ମିଳିବ । ଏମିତିରେ ଯଦି ସାମସଙ୍ଗ ନିଜ ଫୋନ ଏବେ ଲଞ୍ଚ କରୁଛି ତେବେ ତାହା ଦୁନିଆର ଦ୍ୱିତୀୟ ୨୦୦ମେଗାପିକ୍ସେଲ କ୍ୟାମେରା ବାଲା ସ୍ମାର୍ଟଫୋନ ହେବ । ଯଦିଓ ଏହି ଦୌଡରେ ଜାଓମି ୧୨ଟି ପ୍ରୋ ମଧ୍ୟ ସାମିଲ ଅଛି । ଯାହା ୨୦୦ମେଗା ପିକ୍ସେଲର କ୍ୟାମେରା ଲଞ୍ଚ କରିବ । ତେବେ ଦ୍ୱିତୀୟ ନମ୍ବରର ୨୦୦ମେଗାପିକ୍ସେଲ କ୍ୟାମେରା ବାଲା ଫୋନ ଲଞ୍ଚ କରିବାରେ ସାମସଙ୍ଗ ଓ ଜାଓମି ମଧ୍ୟରେ ଟକ୍କର ହେବ । ଦୁଇଟି ଯାକ ଡିଭାଇସରେ ସାମସଙ୍ଗ ଆଇସୋସେଲ ଏଚ ପି ୱାନ ମୁଖ୍ୟ ସେନ୍ସରର ବ୍ୟବହାର ହେବ ।

ସାମସଙ୍ଗ ଏସ ୨୩ ଅଲଟ୍ରାରେ ଏଚପି ୱାନ ସେନ୍ସର ସ୍ଥାନରେ ଆଇସେଲର ବ୍ୟବହାର କରାଯିବ । ରିପୋର୍ଟରେ ଦାବି କରାଯାଇଛି କି ଏଥିରେ ୧୨ମେଗାପିକ୍ସେଲର ଅଲଟ୍ରା ୱାଇଡ ଆଙ୍ଗେଲ ଲେନ୍ସର ବ୍ୟବହାର କରାଯିବ । ସାଥିରେ ୧୦ମେଗାପିକ୍ସେଲର ଟେଲିଫୋଟୋ ଲେନ୍ସ ସହ ୩ଏକ୍ସ ଅପ୍ଟିକଲ ଜୁମ ଦିଆଯାଇଛି । ଏଥିରେ ୧୦ ମେଗାପିକ୍ସେଲର ପେରିସ୍କୋପ ଜୁମ ଲେନ୍ସ ମଧ୍ୟ ଦିଆଯାଇଚି । ଯାହା ୧୦ଏକ୍ସ ଅପ୍ଟିକଲ ଜୁମ ସହ ଆସିଥାଏ ।

ସାମସଙ୍ଗ ଗାଲାକ୍ସି ଏସ ୨୩ ଅଲଟ୍ରା ରେ ସ୍ନେପଡ୍ରାଗନ ୮ଜୈନ ୨ର ବ୍ୟବହାର କରାଯିବ ଏବଂ ଏହାକୁ ନଭେମ୍ବରରେ ଲଞ୍ଚ କରାଯିବ । ଏଥର ଦକ୍ଷିଣ କୋରିଆ କମ୍ପାନୀ ଏକ୍ସିନୋସ ଚିପସେଟର ବ୍ୟବହାର କରିଛି । ଏଥିରେ ୫୦୦୦ଏମଏଏଚ ର ବ୍ୟାଟେରୀ ଦେଖିବାକୁ ମିଳିବ । ଯାହା ସହ ୪୫ୱାଟର ଫାଷ୍ଟ ଚାର୍ଜିଂ ଦେଖିବାକୁ ମିଳିବ । ଏଥିରେ ୪୦ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦେଖିବାକୁ ମିଳିବ ।ଏହି ମଡେଲର ରିପୋର୍ଟ ବିଷୟରେ ଯଦି କୁହାଯାଏ ତେବେ ଏଥିରେ ଅଲଟ୍ରା ସୋନିକ ଫିଙ୍ଗର ପ୍ରିଣ୍ଟ ସ୍କାନର ମିଳିବ । ଯେଉିଁଥିରେ ବଡ ଆକାରର ସ୍କାନିଙ୍ଗ ଏରିଆ ମିଳିବ । ତେବେ ଏହା ଯେବେ ମାର୍କେଟକୁ ଆସିବ ଅନେକ କିଛି ସ୍ପେସିଫିକେସନ ଉପରେ ଆହୁରି ତଥ୍ୟ ସାମ୍ନାକୁ ଆସିବ।

You May Also Like

More From Author

+ There are no comments

Add yours