ମନ୍ଦିରରେ କାହିଁକି ବନ୍ଧାଯାଏ ଘଣ୍ଟି? କ’ଣ ରହିଛି ଏହାର ବୈଜ୍ଞାନିକ କାରଣ?

ସାଧାରଣତଃ ହିନ୍ଦୁ ଧର୍ମରେ ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଘଣ୍ଟି ବଜାଇ ଭିତରକୁ ଯାଇଥାଉ। ସବୁ ଦେବାଳୟରେ ଠାକୁରଙ୍କ ପୂର୍ବରୁ ଘଣ୍ଟି ବନ୍ଧାଯିବା ବାଧ୍ୟତା ମୂଳକ। ବିନା ଘଣ୍ଟିରେ କୌଣସି ମନ୍ଦିର ପ୍ରତିଷ୍ଠା କରାଯାଏ ନାହିଁ। ସେହିପରି ଘରେ ପୂଜାପାଠ ବେଳେ ବା ଆରତୀ ବେଳେ ଆମେ ନିଶ୍ଚିତ ଘଣ୍ଟି ବଜାଇଥାଉ। କେବେ ଆପଣ ଧ୍ଯାନ ଦେଇଛନ୍ତି କି, ମନ୍ଦିରରେ ଏହି ଘଣ୍ଟି କାହିଁକି ବନ୍ଧାଯାଏ? ପୂଜାପାଠ ପୂର୍ବରୁ ଏହି ଘଣ୍ଟି କଣ ପାଇଁ ବଜାଯାଇଥାଏ, ଏଥିରେ କଣ ରହିଛି ଧାର୍ମିକ ତଥା ବୈଜ୍ଞାନିକ କାରଣ ଆସନ୍ତୁ ଜାଣିବା।

ଧାର୍ମିକ କାରଣ

୧- ବିଶ୍ବାସ କରାଯାଏ ଯେ ଯେତେବେଳେ ଆମେ କୈଣସି ମନ୍ଦିରରେ ପ୍ରବେଶ କରୁ, ସେତେବେଳ ମନ୍ଦିରରେ ଉପସ୍ଥିତ ଦେବତାଙ୍କ ଅନୁମତି ନେବାକୁ କିମ୍ବା ତାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଏକ ଘଣ୍ଟି ବଜାଯାଇଥାଏ।

୨- ଏହା ମଧ୍ୟ କୁହାଯାଏ ଯେ ମନ୍ଦିରର ଦେବତାମାନେ ଅନେକ ଥର ନିଦ୍ରା ଯାଇଥାନ୍ତି ଏପରି ପରିସ୍ଥିତିରେ ସେମାନଙ୍କୁ ପ୍ରଥମେ ଘଣ୍ଟି ବଜାଇ ଜାଗ୍ରତ କରି ପୂଜା କରିବା ଉଚିତ୍।

୩- ଦେବତାମାନଙ୍କର ସୁଖ ପାଇଁ ଘଣ୍ଟି ମଧ୍ୟ ବଜାଯାଏ। କୁହାଯାଏ ଯେ ଦେବତାମାନେ ଘଣ୍ଟି ଏବଂ ଶଙ୍ଖର ଶବ୍ଦକୁ ପସନ୍ଦ କରିଥାନ୍ତି। ଦେବତାମାନେ ଘଣ୍ଟି ଧ୍ୱନିରେ ସନ୍ତୁଷ୍ଟ ହୁଅନ୍ତି ଏବଂ ଭକ୍ତମାନଙ୍କ ଉପରେ ଆଶୀର୍ବାଦ କରନ୍ତି। ଏହି କାରଣରୁ ମନ୍ଦିରରେ ଘଣ୍ଟି ବଜାଯାଏ। ସେଥିପାଇଁ ମନ୍ଦିର ଭିତରକୁ ଯିବାବେଳେ ଘଣ୍ଟି ଜପ କରିବାକୁ ଭୁଲନ୍ତୁ ନାହିଁ। କିଛି ସମୟ ପାଇଁ ଘଣ୍ଟି ତଳେ ଠିଆ ହୋଇ ଘଣ୍ଟିର ଶଦ୍ଦକୁ ଉପଭୋଗ କରନ୍ତୁ। ବିଶ୍ୱାସ କରାଯାଏ ଯେ ଘଣ୍ଟିର ଶଦ୍ଦ ଆପଣଙ୍କ ଜୀବନରେ ସୁଖଶାନ୍ତି ଆଣିଥାଏ।

ବୈଜ୍ଞାନିକ କାରଣ

୧- ବୈଜ୍ଞାନିକମାନେ କହିଛନ୍ତି ଯେ ଘଣ୍ଟି ବଜାଇବା ଦ୍ୱାରା ପରିବେଶରେ ଏକ କମ୍ପନ ସୃଷ୍ଟି ହୁଏ। ବାୟୁମଣ୍ଡଳରେ ଏହି କମ୍ପନର ସଂପ୍ରସାରଣ ହେତୁ ଜୀବାଣୁ ଏପରିକି ମାଇକ୍ରୋ ଅଣୁଜୀବ ଇତ୍ୟାଦି ନଷ୍ଟ ହୋଇଯାଆନ୍ତି। ବାୟୁମଣ୍ଡଳ ଶୁଦ୍ଧ ହୋଇଯାଇ ଥାଏ। ସେସବୁ ସ୍ଥାନରେ ଏକ ସକରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ।

୨- ଯେଉଁ ସ୍ଥାନଗୁଡ଼ିକରେ ଘଣ୍ଟି ନିୟମିତ ବାଜିଥାଏ ସେଠାରେ ସକରାତ୍ମକ ଶକ୍ତିର ପ୍ରଭାବ ବେଶୀ ରହିଥାଏ ଏବଂ ନକାରାତ୍ମକତା ଦୂର ହୋଇଥାଏ। ଏହା ସହିତ ଘଣ୍ଟିର ଶବ୍ଦ, ମଣିଷର ମନ ଉପରେ ମଧ୍ୟ ବହୁତ ଗଭୀର ପ୍ରଭାବ ପକାଇଥାଏ।

୩- ଘଣ୍ଟି ଶଦ୍ଦ ଶାନ୍ତିର ଏକ ଅନୁଭବ ଦେଇଥାଏ, ଯାହା ଚାପ ସ୍ତରକୁ ବହୁ ପରିମାଣରେ ହ୍ରାସ କରିଥାଏ। ଏହି କାରଣରୁ, ଲୋକମାନେ ଘରର କବାଟ ଏବଂ ଝରକା ଉପରେ ଫେଙ୍ଗସୁଇ ଘଣ୍ଟି ମଧ୍ୟ ସ୍ଥାପନ କରନ୍ତି। ଯାହା ଦ୍ବାରା ଏହାର ଶବ୍ଦଠାରୁ ନକାରାତ୍ମକ ଶକ୍ତି ଦୂରରେ ରହିଥାଏ ଏବଂ ସକରାତ୍ମକ ଶକ୍ତି ଘରେ ପ୍ରବେଶ କରେ।

You May Also Like

More From Author

+ There are no comments

Add yours