Wed. Oct 14th, 2026

ସାଧାରଣତଃ ସ୍ଥଳ ଭାଗରେ କିମ୍ବା ନଦୀ କୂଳରେ ମନ୍ଦିର ଥିବା ଆମେ ଜାଣିଛୁ। ହେଲେ ଏମିତି ଏକ ମନ୍ଦିର ଅଛି ଯାହା ସମୁଦ୍ର ମଝିରେ ରହିଛି । ଏହି ମନ୍ଦିରଟି ଇଣ୍ଡୋନେସିଆର ବାର୍ଲି ଦ୍ୱୀପ ତବାନାନଠାରେ ଅବସ୍ଥିତ। ସ୍ଥାନୀୟ ଭାଷାରେ ଏହି ମନ୍ଦିର ନାମ ହେଲା “ତାନାହା ଲୋଟ”। ଯାହାର ଅର୍ଥ ହେଲା ସମୁଦ୍ର ଭିତରେ ସ୍ଥଳଭାଗ। ଏହି ମନ୍ଦିରଟିର ବିଶେଷତ୍ବ ହେଲା ଶହଶହ ବର୍ଷ ଧରି ଏହା ସମୁଦ୍ର ଜୁଆର ତଥା ଲୁଣି ପାଣିରେ ମାଡ ହେଉଥିଲେ ମଧ୍ୟ ତାହା ଅକ୍ଷତ ଅବସ୍ଥାରେ ରହିଛି।

ଏହି ମନ୍ଦିରଟି ସମୁଦ୍ରର ଏକ ବିରାଟ ପଥର ଉପରେ ଅବସ୍ଥିତ ହୋଇଛି। ଏହି ମନ୍ଦିରକୁ ୧୬ତମ ଖ୍ରୀଷ୍ଟାବ୍ଦରେ ଡ୍ୟାଙ୍ଗ ହାଙ୍ଗ ନିରର୍ଥ ନାମକ ଜଣେ ବ୍ଯକ୍ତିଙ୍କ ଦ୍ବାରା ନିର୍ମିତ ହୋଇଛି ବୋଲି କୁହାଯାଉଛି। ନିରର୍ଥ ଦକ୍ଷିଣ ଉପକୂଳରେ ଯାତ୍ରା କରିବା ସମୟରେ ସେ ସେହି ପଥର-ଦ୍ୱୀପର ସୁନ୍ଦର ସ୍ଥିତି ଦେଖି ସେଠାରେ ବିଶ୍ରାମ କରୁଥିଲେ। ବିଶ୍ରାମ ସମୟରେ ସେ କିଛି ମତ୍ସ୍ୟଜୀବୀ ଦେଖି ତାଙ୍କୁ ଉପହାର ଦେଲେ। ଏହା ପରେ ନିରର୍ଥ ସେହି ଛୋଟ ଦ୍ୱୀପରେ ରାତି ମଧ୍ୟ କଟିଲେ। ପରେ ସେ ମତ୍ସ୍ୟଜୀବୀମାନଙ୍କ ସହ କଥା ହୋଇ ସେହି ପଥର ଉପରେ ଏକ ମନ୍ଦିର ନିର୍ମାଣ କରିବାକୁ ସେମାନଙ୍କୁ କହିଥିଲେ। କାରଣ ସେ ଅନୁଭବ କରିଥିଲେ ଯେ ବାର୍ଲି ଯାତ୍ରାରେ ସମୁଦ୍ର ଦେବତାମାନଙ୍କୁ ପୂଜା କରିବା ଏହା ଏକ ପବିତ୍ର ସ୍ଥାନ।


ମନ୍ଦିରର ମୁଖ୍ୟ ଦେବତା ହେଉଛନ୍ତି ଦେବ ବରୁଣ ବା ସ୍ଥାନୀୟ ଭାଷାରେ ଭଟାରା ସେଗରା। ଏହାର ଅର୍ଥ ହେଉଛି ସମୁଦ୍ର ଦେବତା ବା ସମୁଦ୍ର ଶକ୍ତି। ଆଜିକାଲି ଏଠାରେ ନିରର୍ଥଙ୍କୁ ମଧ୍ୟ ପୂଜା କରାଯାଉଛି। ପ୍ରାଚୀନ ସମୟରେ ଏହି ମନ୍ଦିରରୁ ପଥର ଖସିବାରୁ ଜାପାନ ସରକାରଙ୍କ ସହାୟତାରେ ତାହାର ସଂରକ୍ଷଣ କରାଯାଇଛି।

Leave a Reply

Your email address will not be published. Required fields are marked *