Wed. Oct 14th, 2026

କଥାରେ ଅଛି ବର୍ଷା ଯୁଆଡ଼େ ଛତା ସିଆଡ଼େ। କେବେ ବିଜେପି ତ କେବେ ଆରଜେଡ଼ି! କେବେ ପଦ୍ମ ଧରି ରାଜନୀତିକୁ ଓହ୍ଲାଉଛନ୍ତି, ତ‌ ଆଉ କେବେ ମେଣ୍ଟ ସରକାରରେ ଶାସନ ଭାର ନିଭାଉଛନ୍ତି। ସେ ଆଉ କେହି ନୁହଁନ୍ତି, ବିହାର ମୁଖ୳ମନ୍ତ୍ରୀ ନୀତୀଶ କୁମାର । ବିହାର ରାଜନୀତିରେ ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦବୀରେ ବିରାଜିଛନ୍ତି ନୀତୀଶ କୁମାର। ନୀତୀଶଙ୍କ ପରେ ତେଜସ୍ୱୀ ଯାଦବ ମଧ୍ଯ ଡେପୁଟି ସିଏମ୍ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଫାଗୁ ଚୌହାନ ରାଜ ଭବନରେ ଉଭୟ ନେତାଙ୍କୁ ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ ସମାରୋହରେ ରାବ୍ରି ଦେବୀ, ଆରଜେଡି ଏବଂ ଜେଡିୟୁର ବହୁ ବଡ ନେତା ଯୋଗ ଦେଇଥିଲେ।

୨୨ବର୍ଷ ମଧ୍ୟରେ ଆଜି ଅଷ୍ଟମ ଥର ନୀତୀଶ କୁମାର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ୨୦୦୦ ମସିହାରେରେ ସେ ସର୍ବପ୍ରଥମେ ୭ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାପୂର୍ବରୁ ୨୦୦୫ ନଭେମ୍ବର ୨ରେ ଦ୍ବିତୀୟ ଥର, ୨୦୧୦ ନଭେମ୍ବର ୩ରେ ତୃତୀୟ ଥର, ୨୦୧୫ ଫେବ୍ରୁଆରି ୪ରେ ଚତୁର୍ଥ ଥର, ୨୦୧୫ ନଭେମ୍ବର ୫ରେ ପଞ୍ଚମ ଥର, ୨୦୧୭ ଜୁଲାଇ ୬ରେ ଷଷ୍ଠ ଥର ଏବଂ ୨୦୨୦ ନଭେମ୍ବର ୭ରେ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦଭାର ଗ୍ରହଣ କରିଥିଲେ। ତେବେ ୫ ବର୍ଷ ତଳେ ନୀତୀଶ ଯେଉଁ ଆରଜେଡି ସହ ସଂପର୍କ ଚ୍ଛିନ୍ନ କରି ବିଜେପିର ହାତ ଧରି ଶାସନ ଚଳାଇଥିଲେ, ଆଜି ପୁଣି ସେହି ଆରଜେଡି ସହ ମିଶି ସରକାର ଗଢ଼ିବା ଲାଗି ବିଜେପିର ହାତ ଛାଡ଼ିଛନ୍ତି। ତାଙ୍କର ଏହି ରାଜନୈତିକ ଖେଳ ଆଜି ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁସାରେ, ଗତ କଲି ବିଜେପି ସହିତ ଜେଡିୟୁ ତାର ମେଣ୍ଟ ଭାଙ୍ଗି ଥିଲା ଏହାପରେ ଆରଜେଡି ଓ କଂଗ୍ରେସ ସହ ମିଶି ସରକାର ଗଢ଼ିଛି ଜେଡିୟୁ । ବିହାରରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ନୀତୀଶ କୁମାରଙ୍କଠାରୁ ତେଜସ୍ୱୀ ଗୃହ ବିଭାଗ ଏବଂ ବାଚସ୍ପତି ଦାବି କରିଛନ୍ତି । ସୂଚନାନୁସାରେ, ମହାଗଠବନ୍ଧନରେ ହୋଇଥିବା ଚୁକ୍ତି ଅନୁଯାୟୀ ନୀତୀଶ କୁମାର କେବଳ ୮-୧୦ ମାସ ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବେ । ଏହା ପରେ ସେ ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ।

Leave a Reply

Your email address will not be published. Required fields are marked *