Thu. Oct 15th, 2026

ସାରା ଦେଶରେ ଏବେ ମାଗଣା ବୁଷ୍ଟର ଡୋଜ୍‌ ଟିକାକରଣ ଚାଲିଛି । ଓଡ଼ିଶାରେ ବି ଏହି ଟିକାକରଣ ଚାଲିଥିବାବେଳେ ବହୁ ଲୋକ ଟିକା ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, ଟିକାକରଣ ପରିମାଣ ବଢ଼ାଇବା ଉପରେ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଉଛି।ଟିକାକରଣ କେନ୍ଦ୍ର ସଂଖ୍ୟା ବଢ଼ାଇବା ପାଇଁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ପ୍ରତି ବ୍ଲକରେ ୪ଟି ମୋବାଇଲ ଭ୍ୟାନର ମଧ୍ୟ ବ୍ୟବସ୍ଥା କରାଯାଇଛି। ଗାଁ ଗାଁ ବୁଲି ବୁଷ୍ଟର ଡୋଜ୍‌ ଦିଆଯିବ। ବର୍ତ୍ତମାନ ଆଉ ରାଜ୍ୟରେ ଟିକାର ଅଭାବ ନାହିଁ। ତେବେ ଏଯାଏ ରାଜ୍ୟରେ ୪୬ ଲକ୍ଷ ୬୬ ହଜାର ପ୍ରିକଶନ ଡୋଜ୍‌ ଦିଆସରିଛି। ଏହା ମୋଟ ହିତାଧିକାରୀ ସଂଖ୍ୟାର ୧୪ ପ୍ରତିଶତ। ଅବଶିଷ୍ଟ ଲୋକଙ୍କୁ ଖୁବ୍‌ଶୀଘ୍ର ଟିକାକରଣ କରାଯିବ। ବର୍ତ୍ତମାନ ୯ ଲକ୍ଷ କୋଭିସିଲ୍ଡ ଟିକା ଆସିଛି। ଏହାସହ ୧୦ ତାରିଖ ଦିନ ଆଉ ୬ ଲକ୍ଷ କୋଭିସିଲ୍ଡ ଟିକା ଆସିବ। ଅବଧି ପୂରିଥିବା ୨୪ ଲକ୍ଷ ୯୦ ହଜାର ଲୋକ ଦ୍ୱିତୀୟ ଡୋଜ ଟିକା ନେଇନାହାନ୍ତି। କିଭଳି ୩ ହଜାର ଟିକାକରଣ କେନ୍ଦ୍ର କାର୍ଯ୍ୟକାରୀ ହେବ ତାହାକୁ ଦୃଷ୍ଟି ଦିଆଯାଉଛି।

Leave a Reply

Your email address will not be published. Required fields are marked *